ଆଜି ଶ୍ରୀପଞ୍ଚମୀ: ପୂଜା ପାଉଛନ୍ତି ବାଗଦେବୀ ମା’ ସରସ୍ବତୀ

0

ଭୁବନେଶ୍ୱର: ଆଜି ଶ୍ରୀପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ବୁଦ୍ଧି, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା ସରସ୍ୱତୀଙ୍କ ସ୍ୱତନ୍ତ୍ର ପୂଜାର ଦିନ ।  ପୌରାଣିକ ମାନ୍ୟତା ଅନୁସାରେ ବସନ୍ତ ପଞ୍ଚମୀ ଦିନ ମା ସରସ୍ୱତୀ ପ୍ରକଟ ହୋଇଥିଲେ ।

ତେଣୁ ଏହି ଦିନକୁ ମଧ୍ୟ ବସନ୍ତ ପଞ୍ଚମୀ କୁହାଯାଏ ।  ଜଣେ ମଙ୍ଗଳକାରିଣୀ ଦେବୀ ଭାବେ ପୂଜିତା ମା ବିଦ୍ୟାଦାୟିନୀଙ୍କୁ ବିଶେଷ କରି ବିଦ୍ୟାର୍ଥୀ, କଳାକାର, ସଂଗୀତକାର ଏବଂ ଲେଖକ ଓ କବିମାନେ ଉପାସନା କରିଥାନ୍ତି । କଣ୍ଠରେ ସରସ୍ୱତୀ ବସିଲେ ଉତ୍ତମ ଗାୟକ ହୋଇ ପାରିବ ବୋଲି ବିଶ୍ୱାସ ରହିଛି ।  ତେଣୁ ସମସ୍ତେ ଆଜିର ଦିନରେ ମା’ଙ୍କର ଆଶୀର୍ବାଦ ଚାହିଁଥାନ୍ତି । ଆଜି ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା ।