ଆଜି ପାରିକ୍ରମାର ଚତୁର୍ଦ୍ଦଶ ସ୍ଵନକ୍ଷତ୍ର ଉତ୍ସବ: ଜୀବନବ୍ୟାପି ସାଧନା ସମ୍ମାନ ପାଇବେ ରାମଦାସ ମୁର୍ମୁ    

0

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ  : ଆଜି “ପରିକ୍ରମା “ର ଚତୁର୍ଦ୍ଦଶ ସ୍ଵନକ୍ଷତ୍ର ଉତ୍ସବ ଓ ବର୍ଷାନ୍ତ ଆଲୋଚନା ଚକ୍ର ସ୍ଥାନୀୟ ପି ସି ଏମ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେଉଅଛି l ଏହି ଅବସରରେ ବିଶିଷ୍ଟ ସଂସ୍କୃତିବିତ୍, ସଂଗ୍ରାହକ, ସାମ୍ବାଦିକ ରାମଦାସ ମୁର୍ମୁଙ୍କୁ ଜୀବନବ୍ୟାପି ସାଧନା ସମ୍ମାନ ପ୍ରଦାନ କରାଯିବ l ଏହାଛଡା ଶିମିଳିପାଳ ଗୌରବ ସମ୍ମାନ ପାଇବେ କଣ୍ଠଶିଳ୍ପୀ ପ୍ରିୟବ୍ରତ ଦାସ, କ୍ରୀଡାସଂଗଠକ ଗୌରୀଶଙ୍କର ସିହ୍ନା  ସ୍ବଦେଶୀ ପ୍ରବକ୍ତା, ଛଉନୃତ୍ୟ ଶିଳ୍ପୀ ସତ୍ୟବ୍ରତ ଭୋଳ, ବିଶିଷ୍ଟ ଛଉ ଉସ୍ତାଦ ଓ ବୃକ୍ଷ ମିତ୍ର ନାଥୁରାମ ହେମ୍ବ୍ରମ, ସାରସ୍ୱତ ସାଧକ ଚନ୍ଦ୍ର ବିଜୟୀ ମିଶ୍ର, ବରିଷ୍ଠ ସାମ୍ବାଦିକ ମାନିକ ଲାଲ ପାଣି ଓ ଦେବବ୍ରତ ପଟ୍ଟନାୟକ, ହୋଟେଲ ଲିସେନସି,  ରାମଚନ୍ଦ୍ର ସୋରେନ ସଙ୍ଗୀତ ନିର୍ମାତା, ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ସୁକୁମାର ରଣା, ନୃତ୍ୟ ନିର୍ଦ୍ଦେଶକ ମନୋଜ ମଲ୍ଲିକ, ଏସ ଏଲ ଏସ ମେମୋରିଆଲ ରେସିଡେନ୍ସିଆଲ ସ୍କୁଲ ପରିକ୍ରମା ଉତ୍କର୍ଷ ସମ୍ମାନ ପାଇବେ l ଏହାଛଡା ଏହି ଉପଲକ୍ଷେ ଆୟୋଜିତ ବକ୍ତୃତା, ସଙ୍ଗୀତ, ନୃତ୍ୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହିତ ସ୍ୱତନ୍ତ୍ର ଭାବେ ଗୋ ସମ୍ପଦ ରକ୍ଷକ ଦିଲ୍ଲୀପ ଦାସ, ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ସେବକ ପଣ୍ଡିତ ଦେବବ୍ରତ ରଥଶର୍ମା, ମେଘା ଅଗ୍ରୱାଲ, ମନିଷ ପାଲ ଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯିବ l  ଶେଷରେ ରାଜ୍ୟର ଲୋକପ୍ରିୟ କଣ୍ଠଶିଳ୍ପୀ ମାନେ ସଙ୍ଗୀତ ପରିବେଷଣ କରିବେ l ଏଥିରେ ସାଂସଦ ନବ ଚରଣ ମାଝୀ, ବୟନିକା ର ରାଜ୍ୟ ସଭାପତି ପ୍ରକାଶ ମେହେର, ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ଉଦ୍ୟୋଗୀ ମନୋଜ ମହାନ୍ତି, ସମାଜସେବୀ ହରିହର ଗିରି, ଉପଦେଷ୍ଟା ଈଶାନ ମିଶ୍ର, ସୁବାସ ମଣ୍ଡଳ ପ୍ରମୁଖ ଅତିଥିଭାବେ ଯୋଗଦେବେ ବୋଲି ପରିକ୍ରମା ର ମୁଖ୍ୟ କାର୍ଯ୍ୟନିର୍ବାହୀ ମନୋଜ ଦାସ ଜଣାଇଛନ୍ତି l