ଆଜି  ପବିତ୍ର ଶାମ୍ବ ଦଶମୀ: ଚଳଚଞ୍ଚଳ ହୋଇ ଉଠିଛି ଅର୍କ କ୍ଷେତ୍ର

0

ପୁରୀ : ଆଜି  ପବିତ୍ର ଶାମ୍ବ ଦଶମୀ ।  ଘରେ ଘରେ କରୁଛନ୍ତି ସୂର୍ଯ୍ୟ ପୂଜା ।  ଏଥିପାଇଁ  ଚଳଚଞ୍ଚଳ ହୋଇ ଉଠିଛି ଅର୍କ କ୍ଷେତ୍ର । ହଜାର ହଜାର ଶ୍ରଦ୍ଧାଳୁ ଓ ପଯ୍ୟଟକ ସୂର୍ଯ୍ୟଦୟ ଦର୍ଶନ କରୁଛନ୍ତି ।  ଏହାକୁ ଦେଖିବା ପାଇଁ ପଯ୍ୟଟକଙ୍କ ସୁଅ ଛୁଟୁଛି । ଶ୍ରଦ୍ଧାଳୁ ଏବଂ ସୂର୍ଯ୍ୟ ଉପାସକ ମାନେ ସକାଳୁ ଚନ୍ଦ୍ରଭାଗା ଠାରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଦୀପ ଦାନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । କାହିଁ କେଉଁ କାଳର ପରମ୍ପରା ଓ କିମ୍ବଦନ୍ତୀ । ତେବେ ଶାମ୍ବଦଶମୀ ଦିନ ଚନ୍ଦ୍ରଭାଗା ଠାରେ ସ୍ନାନ କରି ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ଦର୍ଶନ କଲେ ପରିବାର ସଦସ୍ୟ ମାନଙ୍କ ଶରୀରରେ ଥିବା ରୋଗ ମୁକ୍ତ ହେବା ସହ ମନୋସ୍କାମନା ପୂରଣ ଓ ପରିବାରର ମଙ୍ଗଳ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ପୌରାଣିକ କଥା ଅନୁସାରେ କୃଷ୍ଣଙ୍କ ପୁତ୍ର  ଶାମ୍ବ ବ୍ୟାଧି  ମୁକ୍ତି ପାଇଁ  କୋଣାର୍କ ତଥା ତତ୍କାଳୀନ  ମୈତ୍ରେୟ ବନରେ  ସୂଯ୍ୟ ଉପାସନା କରିଥିଲେ  ଆଜିର ଦିନରେ  ଶାମ୍ବ ଚନ୍ଦ୍ରଭାଗାରେ ସ୍ନାନ କରି  ସୂଯ୍ୟଙ୍କୁ ପୁଜା କରି ବ୍ୟାଧି ମୁକ୍ତ ହୋଇଥିଲେ ।