ଉଭା ଅମାବାସ୍ୟା , ଟଣା ହେବ ତିନିଥର

0

(ମମତା ସାମଲ)ରିପୋର୍ଟସଟୁଡେ: ଆଜି ଉଭା ଅମାବାସ୍ୟା । ଶ୍ରୀ ମନ୍ଦିରରେ ଆଜି ସ୍ୱତନ୍ତ୍ର ରୀତି ନୀତି ଅନୁଷ୍ଠିତ ହେବ । ଭକ୍ତମାନେ ଆଜି ବାହାର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ସକାଳୁ ରାତି ୯ଟା ପର୍ଯ୍ୟନ୍ତ ବାହାର କାଠ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ସେପଟେ ଆଜି ରଥକୁ ରଥକୁ ଆଜ୍ଞାମାଳ ଆସିବ ।
ରାତି ପାହିଲେ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ପୁରୀ ସହର । ମହାରଣା ସେବକମାନେ ରଥ ନିର୍ମାଣ କାର୍ୟ୍ୟକୁ ଶେଷ ପର୍ୟ୍ୟାୟରେ ପହଁଚାଇ ସାରିଛନ୍ତି । ଆଜି ସକାଳ ଧୂପ ପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ତିନି ବାଡ଼ରୁ ଆଣି ତିନି ରଥରେ ଦେବେ । ଏହାପରେ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ, ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ଶେଷରେ ଶ୍ରୀ ବଳଦେବଙ୍କ ତାଳଧ୍ୱଜ ରଥକୁ ରଥଖଳାରୁ ସିଂହଦ୍ୱାରକୁ ଟଣା ହୋଇ ଆସିବ ।