ଆଜି ହେଉଛି ବିଶ୍ୱ ପରିବେଶ ଦିବସ

0

କୋରାପୁଟ/ଯୋଗେନ୍ଦ୍ର ପଟ୍ଟନାୟକ : ଆଜି ହେଉଛି ବିଶ୍ୱ ପରିବେଶ ଦିବସ | ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏହି ଦିନ ସାର ଦେଶ ପାଳନ କରୁଥିବା ବେଳେ ବୈପାରିଗୁଡା ବନାଂଚଳ ପକ୍ଷରୁ ମଧ୍ଯ ବିଏସଏଫ ଯବାନଙ୍କୁ ନେଇ କାର୍ଯ୍ଯକ୍ରମ ଅନୁଷ୍ଠିତ କରାଯାଉଛି। ପରିବେଶକୁ ପ୍ରଦୂଷଣରୁ କିପରି ରୋକାଯାଇ ପାରିବ ସେନେଇ ମଧ୍ଯ ଆଗକୁ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରାଯିବ ବୋଲି ଜଣାପଡିଛି।

ପରିବେଶକୁ ସୁସ୍ଥ ଓ ସୁନ୍ଦର ରଖିବା ସହ ପ୍ରାଣୀ ଜଗତକୁ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ରହିଛି । ଏହି ଅବସର ବୈପାରିଗୁଡା ବନାଂଚଳ ଅଧିକାରୀ ସନ୍ଦୀପ ପାଣିଗ୍ରାହୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଟିତ କାର୍ଯ୍ଯକ୍ରମରେ ବିଏସଏଫ ୨ୟ କମାଣ୍ଡଂଟେ ଯୋଗଦାନ କରିଥିଲେ | ବିଏସଏଫ କ୍ଯାମ୍ପ ପରିସର ପାଖ ପଡିଆ ଠାରେ ବନବିଭାଗ କର୍ମଚାରୀ ଓ ବିଏସଏଫ ଯବାନ ମାନେ ଏକାଠି ହୋଇ ବିଶ୍ବ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କରୁଥିବାର ଜଣାପଡିଛି |

ପ୍ରତିବର୍ଷ ଜୁନ୍ ୫ ତାରିଖରେ ବୈପାରିଗୁଡାର ବିଭିନ୍ନ ସ୍ଥାନମାନଙ୍କରେ ଏପରି ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ଆଗାମୀ ଦିନରେ ରାସ୍ତାଘାଟ ସହିତ ଖାଲି ପଡିଆ, ନୂତନ ଜଙ୍ଗଲ ସୃଷ୍ଟି କରିବା ସହିତ ବିଦ୍ୟାଳୟ ପରିସର ପଛ ପାର୍ଶ୍ବରେ ବିଭିନ୍ନ ପ୍ରକାରର ବୃକ୍ଷ ଆମ୍ବ, କଦମ୍ବ, ଲିମ୍ବ, ଅଁଳା, ବରଡା ଆଦି ବୃକ୍ଷ ରୋପଣ କରାଯିବା ନେଇ ଯୋଜନା କରାଯାଇଛି ବୋଲି କହିଥିଲେ ବନାଂଚଳ ଅଧିକାରୀ ପ୍ରକାଶ କରିଛନ୍ତି ପୃଥିବୀର ସୁରକ୍ଷା ତଥା ସୁସ୍ଥ, ସବୁଜ ସନ୍ତୁଳିତ ପୃଥିବୀର ସଙ୍କଳ୍ପ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବନବିଭାଗ କର୍ମଚାରୀ ଓ ଯବାନଙ୍କ ପକ୍ଷରୁ ୧୫୦ ଗୋଟି ବୃକ୍ଷ ରୋପଣ କରାଯାଇଥିଲା |