ଆଜି ବିଶ୍ୱ ମାନବାଅଧିକାର ଦିବସ

0

ନୂଆଦିଲ୍ଲୀ- ପ୍ରତିବର୍ଷ ଡିସେମ୍ବର ୧୦ ତାରିଖକୁ ଆର୍ନ୍ତରାଷ୍ଟ୍ରୀୟ ମାନବାଅଧିକାର ଦିବସ ଭାବେ ପାଳନ ହୋଇଆସୁଛି ।୧୯୫୦ ମସିହା ଡିସେମ୍ବର ୧୦ ତାରିଖକୁ ସଂଯୁକ୍ତ ରାଷ୍ଟ ତରଫରୁ ଘୋଷଣା କରାଯାଇଥିଲା । ଯାହାର ଉଦ୍ଦେଶ୍ୟ ଥିଲାକି ବିଶ୍ୱସାରା ଲୋକନମାନେ ଯେଭଳି ନଜର ଅଧିକାର ପ୍ରତି ଜାଗୃତ ରହିବେ ।୧୯୪୮ ମସିହା ସଂଯୁକ୍ତ ରାଷ୍ଟ୍ର ଜେନେରାଲ ଓସେବଲୀ ପ୍ରଥମଥର ପାଇଁ ଏହା ଉପରେ ଆଲୋକପାତ କରିଥିଲେ । ଅଧିକାରୀଙ୍କ ଦ୍ୱାରା ଏହାକୁ ୧୯୫୦ ମସିହାରେ ଘୋଷଣା କରାଯାଇଥିଲା । ଯାହାପରେ ଜେନରାଲ ଓସେବଲୀ ୪୨୩ (ଭି) ରିଜ୍ୟୁଲେସନ ପାରିତ କରି ସବୁ ଦେଶ ଓ ମାନବାଧିକାର ସଂଗଠନ ମାନଙ୍କୁ ଡିସେମ୍ବର ୧୦ ତାରିଖକୁ ବିଶ୍ୱ ମାନବାଧିକାର ଦିବସ ଭାବେ ପାଳନ କରିବାକୁ ଚିଠି ଲେଖିଥିଲେ ।ମାନବାଅଧିକାର ଦିବସ ଲୋକାମନେ ନିଜର ଅଧିକାର ପ୍ରତି କିଭଳି ସଚେତନ ରହିବେ ସେହି ଉଦ୍ଦେଶ୍ୟରେ ପାଳନ କରାଯାଏ । ମାନବାଧିକାର କାନୁନ ମଧ୍ୟରେ ସ୍ୱାସ୍ଥ୍ୟ, ଆର୍ଥିକ, ସାମାଜିକ ଓ ଶିକ୍ଷା ଭଳି ଅଧିକାର ସାମିଲ ହୋଇଛି । ମଣିଷର ଜନ୍ମଗତ ଅଧିକାର । ଯାହାଦ୍ୱାରା ମଣିଷ ଜାତି, ରାଷ୍ଟ୍ର।ୟତା, ଧର୍ମ ଓ ଲିଙ୍ଗ ଆଧାରରେ ସେମାନଙ୍କୁ କେହି ପ୍ରତାରିତ କରିପାରିବେ ନାହିଁ । ଭାରତରେ ମାନବାଧିକାର ଆଇନ ୨୮ ଡିସେମ୍ବର ୧୯୯୩ ମସିହାରେ ପାରିତ ହୋଇଥିଲା । ଏହା ପରେ ଭାରତ ସରକାର ୧୨ ଅକ୍ଟୋବର ୧୯୯୩ ମସିହାରେ ମାନବାଧିକାର ଆୟୋଗ ଗଠନ କରିଥିଲେ । ଏହି ଆୟୋଗ ଏବେ ରାଜନୈତିକ, ସାମାଜିକ ଓ ସାଂସ୍କୃତିକ କାର୍ୟ୍ୟ କ୍ଷେତ୍ରରେ କାମ କରୁଛି ।

Edit by sanjulata sahoo