ଶ୍ରୀମନ୍ଦିରରେ ଦଇତାପତି ନିଯୋଗର ନିର୍ବାଚନ

0

(ରିପୋର୍ଟସ ଟୁଡ଼େ/ପୁରୀ):ଆଜି ଶ୍ରୀମନ୍ଦିରରେ ଦଇତାପତି ନିଯୋଗ ନିର୍ବାଚନ। ଦୀର୍ଘ ବର୍ଷ ପରେ ଦଇତାପତି ନିଯୋଗର ନିର୍ବାଚନ ହେଉଛି। ନିର୍ବାଚନ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ। ୪ଟାରେ ଭୋଟଗଣତି ହୋଇ ଫଳାଫଳ ପ୍ରକାଶ କରାଯିବ। ନିର୍ବାଚନରେ ୧୨୦ଜଣ ସଦସ୍ୟ ୨୪ପ୍ରାର୍ଥୀଙ୍କ ମଧ୍ୟରୁ ୧୫ଜଣଙ୍କୁ ନିର୍ବାଚିତ କରିବେ। ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ସଭାପତି, ସମ୍ପାଦକ, ସହସମ୍ପାଦକ, କୋଷାଧ୍ୟକ୍ଷ ଓ କାର୍ୟ୍ୟକାରୀ କମିଟି ସଦସ୍ୟ ରହିବେ। ଗତ ୧୯ତାରିଖରେ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଦାଖଲ କରିଥିବାବେଳେ ୨୦ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇଥିଲା । ମୋଟ ୩୩ଜଣ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ପରବର୍ତ୍ତୀ ସମୟରେ ୯ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିଲେ।