ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ଡାକ୍ତରମାନଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧ରେ ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ଇଣ୍ଡିଆନ ମେଡିକାଲ ଆସୋସିଏସନ୍‌ର ଡାକ୍ତରମାନଙ୍କୁ ସମ୍ବୋଧିତ କରିବେ ।

0

(ଦିଲ୍ଲୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧ରେ ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ଇଣ୍ଡିଆନ ମେଡିକାଲ ଆସୋସିଏସନ୍‌ର ଡାକ୍ତରମାନଙ୍କୁ ସମ୍ବୋଧିତ କରିବେ । ଏକ ଟୁଇଟ ଯୋଗେ ମୋଦି ଏହି ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ , ସେ ଲେଖିଛନ୍ତି, କୋଭିଡ-୧୯ ସହ ଲଢ଼ିଥିବା ପ୍ରତ୍ୟେକ ଡାକ୍ତରଙ୍କ ପାଇଁ ମୁଁ ଗର୍ବିତ । ଡାକ୍ତର ଦିବସ ଅବସରରେ ମୁଁ ସେମାନଙ୍କୁ ସମ୍ବୋଧନ କରିବି । ଡାକ୍ତରମାନଙ୍କ ମନୋବଳ ବଢ଼ାଇବା ସହ ସେମାନଙ୍କୁ ଅନୁପ୍ରାଣିତ କରିବାକୁ ଆସନ୍ତାକାଲି ଦେଶର ବିଭିନ୍ନ ଭାଗରେ ଡାକ୍ତର ଦିବସ ପାଳିତ ହେବାର କାର୍ଯ୍ୟକ୍ରମ ରହିଛି ।