ଆଜି ମଧ୍ୟାହ୍ନ ୧୨ ଟାରୁ ହକିବିଶ୍ୱକପ୍ ର ଉଦଘାଟନୀ ମ୍ୟାଚ୍ ପାଇଁ ଅନଲାଇନରେ ମିଳିବ ଟିକେଟ

0

(ରିପୋର୍ଟସ ଟୁଡ଼େ): ବିଶ୍ୱକପ ହକିର ଉଦଘାଟନୀ ଉତ୍ସବ ପାଇଁ ଆଜିଠାରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ । ଆଜି ମଧ୍ୟାହ୍ନ ୧୨ଟାରୁ ଟିକେଟ ବିକ୍ରି ଆରମ୍ଭ ହେବାନେଇ ହକି ଇଣ୍ଡିଆ ତରଫରୁ କୁହାଯାଇଛି । ତେବେ ହକିପ୍ରେମୀମାନେ ଙ୍ଗଙ୍ଗଙ୍ଗ.ଗ୍ଧସମଳରଗ୍ଧଶରଦ୍ଭସର.ସଦ୍ଭ ୱେବସାଇଟରେ ଅନଲାଇନରେ ଟିକେଟ କିଣିପାରିବେ । ଏହି ୱେବସାଇଟକୁ ଗତକାଲି ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବାବେଳେ ସେ ନିଜେ ୫୦୦ ଟଙ୍କା ଦେଇ ଅନଲାଇନରେ ନିଜପାଇଁ ଏକ ଟିକେଟ କିଣିଥିଲେ । ପରେ ଟ୍ୱିଟ କରି ପ୍ରଥମ ଟିକେଟ କିଣି ସେ ଆନନ୍ଦିତ ଥିବା ଉଲ୍ଲେଖ କରିଥିଲେ ।

ଆସନ୍ତା ୨୭ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ୨୮ରେ କଟକ ବାରବାଟୀ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ସେଥିପାଇଁ ଅନଲାଇନରେ ଆଜିଠାରୁ ଟିକେଟ ଉପଲବ୍ଧ ହେବ । ଭୁବନେଶ୍ୱର ପାଇଁ ୧୦ ହଜାର ୫୦୦ ଟିକେଟ ଓ କଟକ ପାଇଁ ଅନଲାଇନରେ ୩୦ ହଜାର ଟିକେଟ ରହିଛି । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଉଦଘାଟନୀରେ ବଲିଉଡ ସୁପରଷ୍ଟାର ଶାହାରୁକ ଖାନ ଉପସ୍ଥିତ ରହିବେ । ବାରବାଟୀରେ ହେବାକୁ ଥିବା ଉଦଘାଟନୀରେ ଏ.ଆର .ରେହେମାନ ସଙ୍ଗୀତ ପରିବେଷଣ କରିବେ । କଳିଙ୍ଗ ଷ୍ଟାଡିୟମର ଟିକେଟ ମୂଲ୍ୟ ୫୦୦ ଟଙ୍କା ରହିଥିବାବେଳେ କଟକ ଉଦଘାଟନୀ ଟିକେଟର ମୂଲ୍ୟ ୧୦୦ରୁ ୫୦୦ ଟଙ୍କା ରହିଛି । ତେବେ ଉଭୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ ।