ଭୁବନେଶ୍ୱର ;ଆଜି ହେଉଛି ୭୮ତମ ସ୍ୱାଧିନତା ଦିବସ । ସ୍ୱାଧିନତା ସଂଗ୍ରାମୀଙ୍କ ବଳିଦାନକୁ ମନେପକାଉଛନ୍ତି ୧୫୦କୋଟି । ବିଭିନ୍ନ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ମଧ୍ୟ ପାଳୁଛନ୍ତି ସ୍ୱାଧିନତା ଦିବସ । ଦେଶକୁ ସ୍ୱାଧିନ କରିବା ପାଇଁ କେତେ ଯେ ବୀରପୁତ୍ର ନିଜର ରକ୍ତ ବୁହାଇଛନ୍ତି, ତାହା ଯେତେ ବର୍ଣ୍ଣନା କଲେ ବି କମ୍ ହେବ । ତେବେ ସେହି ବୀରପୁତ୍ର ହେଉଛନ୍ତି ଆମ ପାଇଁ ଗର୍ବ ଆଉ ଗୌରବ । ସବୁଠି ଆଜି ଦେଖିବାକୁ ମିଳୁଛି ଉତ୍କଣ୍ଠା .ଉତ୍ସାହ ଏବଂ ଆନନ୍ଦ । ସବୁଠି ଜାତୀୟ ସଂଙ୍ଗୀତ ଗାନ ହେଉଛି । ଏହି ସଂଙ୍ଗୀତ ମାଧ୍ୟମରେ ସଂଗ୍ରାମୀଙ୍କୁ ଜଣାଉଛନ୍ତି ସ୍ନେହ ଶ୍ରଦ୍ଧା ଆଉ ସମ୍ମାନ । ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଜତୀୟ ପତାକା ଉତ୍ତୋଳନ କରିବେ ।ସ୍ବାଧୀନତା ଦିବସ ପାଳନ ପାଇଁ ରାଜ୍ୟର ରାଜଧାନୀ ଭୁବନେଶ୍ଵର ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ଭୁବନେଶ୍ଵରରେ ହେବ ରାଜ୍ୟସ୍ତରୀୟ ପରେଡ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବେ ଏବଂ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ। ଚଳିତ ବର୍ଷ ୫୯ ଜଣ କଣ୍ଟିଜେଣ୍ଟ ରାଜ୍ୟସ୍ତରୀୟ ପରେଡ଼ରେ ଯୋଗ ଦେଉଛନ୍ତି । ପୋଲିସ ସହ ସିଆରପିଏଫ୍, ୧୨୦ ବାଟାଲିୟନ୍, ସିଆଇଏସ୍ଏଫ୍, ଟ୍ରାଫିକ୍, ବିଏସ୍ଏଫ୍, ଅଗ୍ନିଶମ ବହିନୀ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ପରେଡ଼ରେ ଯୋଗ ଦେବେ ।