ଭାରତୀୟ ଉଡାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଖବର । ଏୟାର ଲାଇନ କଂପାନୀ ଭିସ୍ତାରା ନଭେମ୍ବର ୧୧ ସୋମବାର ଅର୍ଥାତ ଆଜି ଏୟାରଲାଇନ୍ସ ଗୃପ ସହ ଭିସ୍ତାରାର ମିଶ୍ରଣ ପ୍ରକ୍ରିୟା ଶେଷହୋଇଛି । କାରଣ ଟାଟା ଗ୍ରୁପ୍ ଓ ସିଙ୍ଗାପୁର ଏୟାରଲାଇନ୍ସର ଭାଗିଦାରୀ ଥିବା ଏୟାରଲାଇନ୍ସ କମ୍ପାନୀ ଭିସ୍ତାରା ଆଜି ନିଜର ଶେଷ ଉଡାଣ ଭରୁଛି । କାଲିଠାରୁ ଏହା ଏୟାର ଇଣ୍ଡିଆ ସହ ମିଶିଯିବ । ନିଜର ସ୍ୱତନ୍ତ୍ର ନାଁରେ ଆଉ କାର୍ଯ୍ୟ କରିବ ନାହିଁ । ଏହାର ସମ୍ପୂର୍ଣ୍ଣ ପରିଚାଳନା ଏୟାର ଇଣ୍ଡିଆ ଦ୍ୱାରା ହେବ । ଏଥିପାଇଁ ଟିକେଟ୍ ବୁକିଂ ମଧ୍ୟ ଏୟାର ଇଣ୍ଡିଆ ୱେବସାଇଟରୁ ହେବ । ଏହାପରେ ପ୍ରଥମ ମାସରେ ଭିସ୍ତାରା ଟିକେଟ କାଟୁଥିବା ୧ ଲକ୍ଷ ୧୫ ହଜାର ଯାତ୍ରୀ ଏୟାର ଇଣ୍ଡିଆରେ ଯାତ୍ରା କରିବେ । ଯାତ୍ରୀଙ୍କୁ ଏଥିରେ ଭିସ୍ତାରା ଦେଉଥିବା ସମସ୍ତ ସୁବିଧା ମିଳିବ । ବର୍ତ୍ତମାନ ଫୁଲ୍-ସର୍ଭିସ୍ ଏବଂ ଲୋ-କଷ୍ଟ୍ ପାସେଞ୍ଜର ସର୍ଭିସ୍ ଚଳାଇବାରେ ଏୟାର ଇଣ୍ଡିଆ ହେବ ଏକମାତ୍ର ଭାରତୀୟ ଏୟାରଲାଇନ୍ ଗ୍ରୁପ୍ । ଏହି ପରିବର୍ତ୍ତନ ସହିତ ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ଫୁଲ ସର୍ଭିସ ଏୟାର ଲାଇନରେ ଗୋଟିଏ ବିମାନ କମିଯିବ । ତେବେ ଗତ ୧୭ ବର୍ଷ ମଧ୍ୟରେ ଫୁଲ ସର୍ଭିସ ଏୟାରଲାଇନ ସଂଖ୍ୟା ପାଞ୍ଚଥିଲା ବେଳେ ସମୟକ୍ରମେ ଏହା କମି କମି ବର୍ତ୍ତମାନ ଗୋଟିଏ ରହିଯାଇଛି ।
ଏୟାର ଇଣ୍ଡିଆ ଓ ଭିସ୍ତାରା ମର୍ଜର ହେବା ନେଇ ୨୦୨୨ ନଭେମ୍ବର ୨୨ ତାରିଖରେ ଘୋଷଣା କରାଯାଇଥିଲା । ଏଥିପାଇଁ ୨୦୨୪ ନମ୍ବେର ୧୨ ତାରିଖ ଯାଏଁ ଡେଡଲାଇନ ଦିଆଯାଇଥିଲା । ସବୁଠୁ ଖାସ୍ କଥା ହେଉଛି ଦୁଇ ଏୟାରଲାଇନ୍ସ ମିଶିବା ପରେ ସିଙ୍ଗାପୁର ଏୟାରଲାଇନ୍ସ , ଏୟାର ଇଣ୍ଡିଆରେ ୩୧୯୫ କୋଟି ଟଙ୍କାର ଅତିରିକ୍ତ ନିବେଶ କରିବ । ଏଥିରେ ଏୟାର ଇଣ୍ଡିଆର ୨୫.୧ ପ୍ରତିଶତ ଭାଗିଦାରୀ ରହିବ । ଭିସ୍ତାରା ଏୟାରଲାଇନ୍ସର ଆରମ୍ଭ ଟାଟା ଗ୍ରୁପ ଓ ସିଙ୍ଗାପୁର ଏୟାରଲାଇନ୍ସର ଭାଗିଦାରୀରେ ୨୦୧୫ରେ ଆରମ୍ଭ ହୋଇଥିଲା । ଏଥିରେ ସିଙ୍ଗାପୁର ଏୟାରଲାଇନ୍ସର ୪୯ପ୍ରତିଶତ ଓ ଟାଟା ଗ୍ରୁପର ୫୧ ପ୍ରତିଶତ ଭାଗିଦାରୀ ଥିଲା ।୨୦୦୭ରେ ଏୟାର ଇଣ୍ଡିଆ ସହିତ ଫୁଲ୍ ସର୍ଭିସ୍ କ୍ୟାରିଅର୍ (fsc) ଇଣ୍ଡିଆନ୍ ଏୟାରଲାଇନ୍ସର ମିଶ୍ରଣ ପରେ ଅତି କମ୍ରେ ପାଞ୍ଚଟି fsc ଭାରତୀୟ ଆକାଶରେ ଉଡୁଥିଲା। ୨୦୧୨ରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱରେ ୟୁପିଏ ସରକାର ଘରୋଇ ବିମାନ ସେବାରେ ୪୯ ପ୍ରତିଶତ ଅଂଶଧନ କିଣିବାକୁ ବିଦେଶୀ ବିମାନ କମ୍ପାନୀକୁ ଅନୁମତି ଦେଇଥିଲେ। ଏହା ପରେ, ପ୍ରଥମ ଥର ପାଇଁ, ବର୍ତ୍ତମାନ ବନ୍ଦ ହୋଇଥିନା ଜେଟ୍ ଏୟାରୱେଜ୍କୁ ଗଲ୍ଫ ଏୟାରଲାଇନ୍ସ ଏତିହାଦରୁ ୨୪ ପ୍ରତିଶତ ଅଂଶଧନ ମିଳିଛି। ସେହି ସମୟ ମଧ୍ୟରେ ଟାଟା ଗ୍ରୁପ୍ର ନେତୃତ୍ୱରେ ଏୟାରଏସିଆ ଇଣ୍ଡିଆ ଏବଂ ଭିସ୍ତାରା ଉଭା ହୋଇଥିଲା। ବିଗତ ୧୦ ବର୍ଷ ମଧ୍ୟରେ କାର୍ୟ୍ୟ ଆରମ୍ଭ କରିଥିବା ଭିସ୍ତାରା ହେଉଛି ଏକମାତ୍ର ପୂର୍ଣ୍ଣ-ସେବା ବାହକ। ବର୍ତ୍ତମାନ ଭିସ୍ତାରାର ଏୟାର ଇଣ୍ଡିଆ ସହିତ ମିଶ୍ରଣ ହେବା ସହିତ ଦେଶରେ ପୂର୍ଣ୍ଣ ସେବା ବିମାନର ସଂଖ୍ୟା କେବଳ ଗୋଟିଏ ହୋଇଛି।
ଅନ୍ୟପକ୍ଷରେ ପୂର୍ଣ୍ଣ ସେବା ବିମାନଗୁଡ଼ିକ ବିଭିନ୍ନ ପ୍ରକାରର ବିମାନକୁ ସଂଚାଳନ କରେ ଏବଂ ବ୍ୟାପକ ଭାବରେ କହିବାକୁ ଗଲେ, ଏହି ବିମାନ ସେବାଗୁଡ଼ିକ ସାମଗ୍ରିକ ନେଟ୍ୱାର୍କ ଲାଭ ଉପରେ ଅଧିକ ଧ୍ୟାନ ଦିଏ।ଏହା ଛଡା ସ୍ୱଳ୍ପ ମୂଲ୍ୟର ବିମାନ ସେବାଗୁଡିକ ସେମାନଙ୍କର ମାର୍ଗ-ନିର୍ଦ୍ଦିଷ୍ଟ ଲାଭକୁ ଟିକେଟ୍ ବ୍ୟତୀତ ଅତିରିକ୍ତ ରାଜସ୍ୱ ଉପରେ ଧ୍ୟାନ ଦିଅନ୍ତି। ସେମାନେ ପ୍ରାୟତଃ ସମାନ ପ୍ରକାରର ବିମାନ ଚଳାନ୍ତି, ଯାହା ଦ୍ୱାରା ସେମାନେ ଟଙ୍କା ଉପରେ ନିୟନ୍ତ୍ରଣ ବଜାୟ ରଖିପାରିବେ।