ଆଜି ମହାପ୍ରଭୁଙ୍କର ହେବ ବନକଲାଗି ନିତି : ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

0

ପୁରୀ/ ସଞ୍ଜୟ ମହାପାତ୍ର: ଆଜି କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥିରେ  ମହାପ୍ରଭୁଙ୍କର ହେବ ବନକଲାଗି ନିତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନିତି ଅନୁଷ୍ଠିତ ହେବ । ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ  । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନ ସାମଗ୍ରୀରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ  । ହିଙ୍ଗୁଳ, ହରିତାଳ,ଶଂଖ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ  । ଏହା ଏକ ଗୁପ୍ତ ସେବା ନିତି ହୋଇଥିବାରୁ ଆଜି ପ୍ରାୟ ଅପରାହ୍ନ ୫ ଟା ରୁ  ରାତି ୧୦ ଟା ପର୍ଯ୍ୟନ୍ତ ପ୍ରାୟ  ପାଞ୍ଚଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି   | ବନକଲାଗି ନିତି ପରେ  ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର  ଦର୍ଶନ ଆରମ୍ଭ   ହେବ। ସେପଟେ ଏବେ କାର୍ତ୍ତିକ ମାସ  ଚାଲିଥିବାରୁ    ହଜାର ହଜାର ଭକ୍ତ ଓ ହବିଷ୍ଯାଳି ମାନଙ୍କ ଭିଡ ରହୁଛି।  ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ଗ୍ରହଣ କରୁଛନ୍ତି ଭକ୍ତ। ଯେହେତୁ  ଦର୍ଶନ ପ୍ରାୟ ୪ରୁ ୫ଘଣ୍ଟା ବନ୍ଦ ରହିବ ଏଣୁ ଶ୍ରୀମନ୍ଦିରରେ ନାହିଁ ନଥିବା ଗହଳି ପରିଲକ୍ଷିତ ହୋଇଛି। ସେପଟେ ନିତି ସୃଙ୍ଖଳିତ କରିବା ପାଇଁ ଭୋର   ୪ଟା ୨୫ରେ ସିଂହଦ୍ଵାର ଫିଟା ନିତି ସମ୍ପର୍ଣ୍ଣ ହୋଇଛି। ତାପରେ ମଙ୍ଗଳାଳତୀ, ମଇଲମ, ଅବକାଶ, ଆଦି ଦୈନନ୍ଦିନ ନିତିକାନ୍ତି ଆଗକୁ ବଢିଛି। ସେପଟେ ମହାପ୍ରଭୁଙ୍କ ବାଳଧୂପ ପାଇଁ ସ୍ୱତନ୍ତ୍ର ନିତି ନିର୍ଘଣ୍ଟ କରାଯାଇ ନିତିକାନ୍ତି ସୃଙ୍ଖଳିତ କରାଯାଉଛି। ତେବେ କାର୍ତ୍ତିକ ମାସରେ ଗହଳି ନିୟନ୍ତ୍ରଣ ପାଇଁ ସିଂହଦ୍ଵାର ଓ ପଶ୍ଚିମ ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ ଓ ସିଂହଦ୍ଵାର ବ୍ଯତିତ ଅନ୍ଯ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବାକୁ ପ୍ରଶାସନ କଟକଣା କରିଛନ୍ତି।