ରାୟଗଡ଼ା/ମନୋଜ କୁମାର ସାହୁ: ଆଜି ରାୟଗଡ଼ା ଯିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣଵ । କେନ୍ଦ୍ରସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକର ପ୍ରଚାର ଓ ପ୍ରସାରର ଜନ ଆର୍ଶୀବାଦ ଯାତ୍ରା କାର୍ୟ୍ୟକ୍ରମରେ ଜୋଗ ଦେବେ । ଏହି ପରିପ୍ରେକ୍ଷୀରେ ରାୟଗଡା ବିଜେପି ପକ୍ଷରୁ ସମସ୍ତ କାର୍ୟ୍ୟକ୍ରମ ଚୂଡାନ୍ତ ପର୍ୟ୍ୟାୟରେ ପହଁଚିଛି । ରେଲ ମନ୍ତ୍ରୀ ରାୟଗଡାରେ ପହଞ୍ଚିବା ପରେ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ,ମାଝୀଘରିଆଣିଙ୍କ ଦର୍ଶନ , ବୃକ୍ଷ ରୋପଣ ,ସହ ମନ୍ତ୍ରୀ ଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା କରିବା ର କାର୍ୟ୍ୟକ୍ରମ କରିବା କାର୍ୟ୍ୟକ୍ରମ ଥିବା ଜିଲ୍ଲା ବିଜେପି ସଭାପତି ପ୍ରକାଶ କରିଛନ୍ତି ।