ଶ୍ରୀ ପଞ୍ଚମୀ ସରସ୍ୱତୀ ପୂଜା ପରେ ସୁନା ଦରରେ ବଡ ପରିବର୍ତ୍ତନ । ଖସିଲା ରେଟ,ଦେଶ ତଥା ରାଜ୍ୟରେ ଜାରୀ ହେଲା ସୁନାର ନୂଆ ଦର । ବର୍ତ୍ତମାନ ଚାଲିଛି ବିବହ ଋତୁ । ଏହି ସମୟରେ ସୁନା କିଣିବା ପାଇଁ ଯାଉଥିଲେ ନଜର ପକାନ୍ତୁ ଆଜିର ଦର ଉପରେ ।
ଓଡିଶାରେ ଦେଖିବାକୁ ଗଲେ ସୋମବାର ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୭୭,୪୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୮୪,୪୮୦ ଟଙ୍କା ରହିଛି । ରାଜଧାନୀ ମୁମ୍ବାଇରେ ୨୨ କ୍ୟାରେଟ୍ ୭୭,୪୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୮୪,୪୮୦ ଟଙ୍କା ରହିଛି ।
ଗତକାଲି ଅପେକ୍ଷା ଆଜି ଦର ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ରାଜଧାନୀ ଦିଲ୍ଲୀରେ ସୁନା ଦର ସାମାନ୍ୟ କମିଛି । ୧୦ ଗ୍ରାମ ସୁନା ଦର ଯଥାକ୍ରମେ ୭୭,୫୯୦ ଟଙ୍କା ଓ ୮୪,୬୩୦ ଟଙ୍କା ରହିଛି । ରୂପା ମୂଲ୍ୟ କିଲୋ ପ୍ରତି ୯୬,୪୦୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ରୂପା ମୂଲ୍ୟ କିଲୋ ପ୍ରତି ୧ ଲକ୍ଷ ୩ ହଜାର ୯୦୦ ଟଙ୍କା ରହିଛି ।