ରଥଯାତ୍ରାରେ ଟୋଲ ଗେଟ ଫି ବିବାଦ,ସାଧାରଣ ଜନତା ହନ୍ତସନ୍ତ

0

(ମମତା ସାମଲ)ରିପୋର୍ଟସଟୁଡେ: ରଥଯାତ୍ରା ସମୟରେ ଛାଡ ହେଲାନାହିଁ ଟୋଲଗେଟ ଫି । ଏନେଇ ଗତକାଲି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପୂର୍ବରୁ ଟୋଲ ଗେଟ ଛାଡ ହେବା ନେଇ ଘୋଷଣା କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ତେବେ ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ସହ ବିନା ଆଲୋଚନାରେ ଶ୍ରୀମନ୍ଦିରରେ ପ୍ରଶାସନ ଏକାକି ଏଭଳି ନିଷ୍ପତ୍ତି ନେଇଥିବା ଏନଏଚଆଇ ପକ୍ଷରୁ କୁହାଯାଇଛି । ପିପିଲି ,ମଙ୍ଗୁଳି ଟୋଲ ଗେଟରେ ରଥଯାତ୍ରା ସମୟରେ ମଧ୍ୟ ଯାତ୍ରୀଙ୍କୁ ଟୋଲ ଫି ଦେବା ପାଇଁ ପଡିବ ।
ଟୋଲ ଫି ଛାଡ ନହେବା ଯୋଗୁଁ ଜନସାଧାରଣରେ ଅସନ୍ତୋଷ ଦେଖାଦେଇଛି । ବୁଦ୍ଧିଜୀବିମାନଙ୍କ ମତରେ ଏଭଳି ଘଟଣାରେ ରାଜ୍ୟ ଏବଂ କେନ୍ଦ୍ରସରକାରଙ୍କ ମଧ୍ୟରେ ତାଳମେଳ ରହୁଥିବା ଜଣାପଡୁନାହିଁ । ରଥଯାତ୍ରା ଏକ ପାରମ୍ପାରିକ ବାର୍ଷିକ ଉତ୍ସବ । ରାଜ୍ୟ ସରକାର କେବଳ ଟେଲିଭିଜିନ ଚ୍ୟାନେଲ ମାନଙ୍କୁ ନିଜର ବୟାନ ଦେବା ଯଥେଷ୍ଟ ନୁହେଁ । ରାଜ୍ୟ ସରକାର ଏନେଇ ଏନଏଚଆଇଏ କୃର୍ତ୍ତପକ୍ଷଙ୍କ ସହ ପୂର୍ବରୁ ଆଲୋଚନା କରିଥିଲେ ସାଧାରଣ ଜନତା ଅପଦସ୍ତ ହେବା ଆବଶ୍ୟକ ପଡିନଥାନ୍ତା । ସେମାନେ କୁହନ୍ତି ଯଦି ଶ୍ରୀମନ୍ଦି ପ୍ରଶାସନ ଏଭଳି ଏକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଥିବା ବୋଧ କରୁଥିଲେ ଉଚିତ ପଦକ୍ଷେପ ନେବାରେ ଅସୁବିଧା କେଉଁଠି ଥିଲା ।
ଅପରପକ୍ଷରେ ଏନଏଚଆଇଏ କୃର୍ତ୍ତପକ୍ଷ ମଧ୍ୟ ନିଜ ତରଫରୁ ରାଜ୍ୟସରକାରଙ୍କ ସହ ଆଲୋଚନା କରିବାରେ କୌଣସି ପ୍ରତିବନ୍ଧକ ନଥିଲା । ଯାହା ବୁଝା ଯାଏ ଏନଏଚଆଇଏ ମଧ୍ୟ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ସମ୍ବାଦ ପ୍ରତି ସମ୍ବେଦନଶୀଳ ଥିବା ମନେ ହୁଏ ନାହିଁ । ଫଳତଃ ସାଧାରଣ ଜନତାଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତାର କଷ୍ଟ ଭୋଗିବାକୁ ପଡିଛି ।