ଭୁବନେଶ୍ୱର : ହଠାତ୍ ଟମାଟୋ ଦର ଆକାଶ ଛୁଆଁ । କିଲୋ ପିଛା ବିକ୍ରି ହେଉଛି ୧୦୦ ଟଙ୍କା । ୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ଏବେ ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି।ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଟମାଟୋ ଦର ପାଖାପାଖି ୧୦୦ ଟଙ୍କା ହେଲାଣି । କଟକରେ ଟମାଟୋ ୭୦ରୁ ୮୦ ଟଙ୍କାରେ ମିଳୁଛି । ଉତ୍ପାଦନ ହ୍ରାସ ପାଉଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ଜମିରେ ଯେଉଁ ଟମାଟୋ ଗଛ ଥିଲା ତାହା ମଧ୍ୟ ବର୍ଷାରେ ନଷ୍ଟ ହୋଇଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ବିଳମ୍ବ ବର୍ଷା ଭଳି ବିଭିନ୍ନ କାରଣ ପାଇଁ ଟମାଟୋ ଉତ୍ପାଦନ କମିଛି । ଗତ ମାସରେ ଚାଷୀମାନେ ଟମାଟୋ କିଲୋ ପିଛା ୩ରୁ ୫ ଟଙ୍କା ଦରରେ ବିକିଥିଲେ । ଉତ୍ପାଦିତ ଫସଲର ଦାମ୍ କମ୍ ରହୁଥିବାରୁ ଚାଷୀମାନେ ଟମାଟୋ ଫସଲ ପ୍ରତି ବିମୁଖ ହୋଇଥିଲେ । ଏହା ମଧ୍ୟ ବର୍ତ୍ତମାନ ସୃଷ୍ଟି ହୋଇଥିବା ସ୍ଥିତିର ଅନ୍ୟତମ କାରଣ ବୋଲି କୁହାଯାଉଛି । ବିଭିନ୍ନ ରାଜ୍ୟରେ ଟମାଟୋ ଯୋଗାଣ ହ୍ରାସ ପାଉଛି ।