ବର୍ତ୍ତମାନ ଜୀବନରେ ଅନେକ ପ୍ରକାର ସମସ୍ୟା ଦେଖାଯାଏ । ଏହା ବ୍ୟତୀତ କୁହାଯାଏ ଯେ କମ୍ ମାତ୍ରାରେ ଚିନି ଆପଣଙ୍କ ପାଇଁ ଠିକ୍ ହୋଇଥାଏ । ହେଲେ ଚିନି ଅଧିକ ଖାଇବା ଦ୍ୱାରା ଓଜନ ବଢି ପାରେ । ଏହା ଦ୍ୱାରା ଟାଇପ୍ ୨ ଡାଇବେଟିଜ୍ ରୋଗ ଏବଂ ଅନ୍ୟ କେତେକ ଗମ୍ଭୀର ରୋଗ ମଧ୍ୟ ହୋଇପାରେ । ବଜାରରେ ଉପଲବ୍ଧ ହେଉଥିବା ଦ୍ରବ୍ୟରେ ବହୁତ ଚିନି ମିଳିଥାଏ । ତେବେ କେତେକ ଅନୁସନ୍ଧାନରୁ ଜଣାପଡିଛି ଯେ ଅଧିକାଂଶ ଲୋକ ଖାଦ୍ୟ ଏବଂ ସ୍ନାକ୍ସ ପାଇଁ ବଜାରରେ ମିଳୁଥିବା ଦ୍ରବ୍ୟ ଉପରେ ନିର୍ଭର କରନ୍ତି । ଯେହେତୁ ଏହି ଦ୍ରବ୍ୟରେ ଅଧିକ ଚିନି ମିଳିଥାଏ ।
ଅଧିକ ଚିନି ଖାଇବା ଦ୍ୱାରା ଶରୀର ଉପରେ ଏହି ପ୍ରଭାବ ପଡିଥାଏ :
ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଧିକ ଚିନି ଖାଇବା ଦ୍ୱାରା ମଣିଷ ମୋଟା ହୋଇଥାଏ ଏବଂ ଅନ୍ୟାନ ରୋଗ ମଧ୍ୟ ହୋଇପାରେ । ଯାହା ଟାଇପ୍ ୨ ଡାଇବେଟିଜ୍ ରୋଗର ଏକ ପ୍ରମୁଖ କାରଣ ହୋଇପାରେ ।
ଅଧିକ ଚିନି ଖାଇବା ଯୋଗୁଁ ଓଜନ ବଢି ପାରେ :
ସମଗ୍ର ଦୁନିଆରେ ମୋଟାପଣକୁ ନେଇ ଚିନ୍ତା ବୃଦ୍ଧି ପାଇଛି । ତେବେ କେତେକ ଅନୁସନ୍ଧାନରୁ ଜାଣପଡିଛି ଯେ ଚିନି ଯୋଗୁଁ ଅଧିକ ଲୋକ ମୋଟା ହୋଇଥାନ୍ତି । ସୋଡା, ଜୁସ୍ ଏବଂ ମିଠା ଭଳି ଜିନିଷରେ ସାଧାରଣତଃ ଚିନି ଭରପୁର ଥାଏ ।
ହାର୍ଟ ଆଟାକ ସମସ୍ୟା ବଢିପାରେ :
ଅଧିକ ଚିନି ଖାଇବା ଦ୍ୱାରା ଅନେକ ରୋଗର ସମସ୍ୟା ବଢିପାରେ । ଯେଉଁଥିରେ ହାର୍ଟ ଆଟାକ ମଧ୍ୟ ସାମିଲ ଅଛି । ସାରା ଦୁନିଆରେ ହାର୍ଟ ଆଟାକରେ ମୃତ୍ୟୁ ହେଉଥିବା ଲୋକଙ୍କ ସଂଖ୍ୟା ସବୁଠାରୁ ଅଧିକ ହୋଇଥାଏ ।