(ଶୁଭସ୍ମିତା ଦାଶ): ସାଧାରଣରେ ଦେଖାଯାଏ କି ବ୍ରସ କରିବା ସମୟରେ ଆମେ ପ୍ରଥମେ ବ୍ରସ କୁ ଓଦା କରିଥାଉ । ମାତ୍ର ଏପରି ଅନୁଚିତ । ଏପରି କରିବା ଦ୍ୱାରା ଆପଣ ଦାନ୍ତ ଜନିତ ରୋଗରେ ଆକ୍ରାନ୍ତ ମଧ୍ୟ ହୋଇପାରିବେ । ଏହା ଏକ ସାଧାରଣ ଅଭ୍ୟାସ ହେଉଥିବାରୁ ଏଥିରୁୁ ନିଜକୁ ଯଥା ଶୀଘ୍ର ସମ୍ଭବ ଦୂରେଇ ରଖନ୍ତୁ । ବିଶେଷେଜ୍ଞଙ୍କ କହିବା ଅନୁସାରେ , ବ୍ରସକୁ ଓଦା କରି ପେଷ୍ଟ ଲଗାଇଲେ ପେଷ୍ଟ ମିଳେଇ ଯାଇଥାଏ । ଏପରି କାରିବା ଦ୍ୱାରା ପେଷ୍ଟର ପ୍ରଭାବ ହ୍ରାସ ପାଇଥାଏ । ଯଦି ଓଦା କରୁଛନ୍ତି ତେବେ ଟୁଥ ବ୍ରସକୁ ଏକ ସେକେଣ୍ଡରୁ ଅଧିକ ସମୟ ରଖନ୍ତୁ ନାହିଁ । ବ୍ର୍ର୍ରସ କୁ ଅଧିକ ଓଦା କରିବା ଦ୍ୱାରା ପେଷ୍ଟ ଲାଗିଲେ ସେଥିରୁ ଅଧିକ ଫେଣ ବାହାରି ଥାଏ । ଯାହାକି ଦାନ୍ତ ପାଇଁ କ୍ଷେତିକାରକ । କାରଣ ପେଷ୍ଟରେ ପାଣିି ମିଶିବା ମାତ୍ରେ ରାସାୟନିକ ପ୍ରତିକ୍ରିୟା ସୃ୍ଷ୍ଟି ହୋଇଥାଏ ଯାହାକି ଦାନ୍ତର ମାଢିକୁ ଦୁର୍ବଳ କରିଥାଏ । ସେହିପରି ଦାନ୍ତ ଘସିବା ପରେ ବ୍ରସକୁ ସିଧା କରି ରଖନ୍ତୁ ଯାହା ଦ୍ୱାରା ବ୍ରସରେ ଜମା ହୋଇଥିବା ପାଣି ବାହାରି ଆସେ ଏବଂ କୀଟାଣୁ ରହିବାର ଆଶଙ୍କା ନ ଥାଏ । ଯଦି ପାରୁଛନ୍ତି ବ୍ରସକୁ ଉଷୁମ ପାଣିରେ ପକାଇ ପାରନ୍ତି ।