‘ଅପରେସନ୍ ସିନ୍ଦୂର’ରେ ୫ ଟପ୍ ଆତଙ୍କୀ ନିପାତ: ନିପାତ ଆତଙ୍କୀଙ୍କ  ସାମ୍ନାକୁ ଆସିଛି ଲିଷ୍ଟ

0

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ରହିଛି । ଏହାରି ଭିତରେ ମେ ୭ରେ ଭାରତ କରିଥିବା ‘ଅପରେସନ୍ ସିନ୍ଦୂର’ରେ ୫ ଟପ୍ ଆତଙ୍କୀ ନିପାତ ହୋଇଛନ୍ତି । ଭାରତର ଏୟାର ଷ୍ଟ୍ରାଇକରେ ନିପାତ ହୋଇଥିବା ଆତଙ୍କୀଙ୍କ ପୁରା ଲିଷ୍ଟ ସାମ୍ନାକୁ ଆସିଛି । ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଲଶ୍କର ଆତଙ୍କୀ ମୁଦାସର ଖାଦିଆନ ଖାସ ଓରଫ ଆବ୍ବୁ ଜୁନ୍ଦାଲ ରହିଛି। ସରକାରୀ ସ୍କୁଲରେ ତା’ର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୁଦାସର ମୁରିଦକେରେ ମର୍କଜ ତଏବାରେ ସକ୍ରିୟ ଥିଲା। ସେହିପରି ମାସୁଦର ୨ ଭିଣୋଇ ତଥା ଜୈଶ ସଂଗଠନର ଆତଙ୍କବାଦୀ ମହମ୍ମଦ ୟୁସୁଫ ଆଝାର ଏବଂ ହାଫିଜ ମହମ୍ମଦ ଜମିଲ ନିହତ ହୋଇଛନ୍ତି। ୟୁସୁଫ କାନ୍ଦାହାର ବିମାନ ଅପହରଣରେ ସାମିଲ ଥିଲା। ସେହିପରି ଲଶ୍କର ଆତଭ୍କୀ ଖଲିଦ ଓରଫ ଅବ୍ବୁ ଆକାଶ ଏବଂ ଜୈଶର ଆଉ ଜଣେ ଆତଙ୍କୀ ମହମ୍ମଦ ହାସନ ଖାନ ରହିଛନ୍ତି। ଏମାନଙ୍କ ଶେଷକୃତ୍ୟରେ ପାକ୍‌ ସେନା ଏବଂ ସ୍ଥାନୀୟ ପୁଲିସ ଅଧିକାରୀମାନେ ଯୋଗଦେଇଥିଲେ। ସାମରିକ ସମ୍ମାନର ସହିତ ସମସ୍ତଙ୍କର ଶେଷକୃତ ହୋଇଛି। ପାକ୍ ସେନା ମୁଖ୍ୟ ଏବଂ ବରିଷ୍ଠ ଅଧିକାରୀମାନେ ପୁଷ୍ପଗୁଚ୍ଛ ଦେଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ମେ ୬ ତାରିଖ ବିଳମ୍ବିତ ରାତିରେ ପିଓକେ ଓ ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତୀୟ ସେନା । ୯ ଆତଙ୍କୀ ଆଡ୍ଡାରେ ମିସାଇଲ ମାଡ କରିଥିଲା । ଏଥିରେ ଧ୍ୱଂସ ହୋଇଥିବା ଆତଙ୍କୀସ୍ତାନ । ଥରି ଉଠିଥିଲା ପାକିସ୍ତାନ । ୧୫ ଦିନ ପରେ ଲୁହ ଲହୁର ହିସାବ ନେଇଥିଲା ଭାରତ । ଏଥିରେ ପ୍ରାୟ ୧୦୦ ଆତଙ୍କୀ ନିପାତ ହୋଇଥିଲେ । ଯେଉଁଥିରେ ୫ କୁଖ୍ୟାତ ଆତଙ୍କୀ ଥିବା ଏକା ତାଲିକା ଆସିଛି ।