(ରିିପୋର୍ଟସ ଟୁଡେ / ଶୁଭସ୍ମିତା ଦାଶ ) : ସାଧାରଣରେ ମହିଳାଙ୍କ ଗହଣା ପ୍ରତି ଦୁର୍ବଳତା ରହିଥାଏ । ନିଜକୁ ସଜାଇ ରଖିବାକୁ ମହିଳା ମାନେ ବେଶ୍ ପସନ୍ଦ କରିଥାନ୍ତି । ବିଶେଷ କରି ବିବାହିତା ମହିଳା ମାନେ ଗୋଡ଼ରେ ଗୋଡ଼ ମୁଦି କାହିଁକି ପିନ୍ଧିଥାନ୍ତି । ବିଶେଷ କରି ଭାରତରେ ବିବାହିତ ମହିଳା ଗୋଡ଼ମୁଦି ପିନ୍ଧିବା ପରମ୍ପରା ରହିଛି। ତେବେ ଏହା ପଛରେ ରହିଛି କେତେକ ବୈଜ୍ଞାନିକ କାରଣ। ମହିଳାଙ୍କ ଗୋଡ ମୁଦିର ସମ୍ପର୍କ ଗର୍ଭାଶୟ ସହିତ ରହିଥାଏ। ଗୋଡ଼ ଆଙ୍ଗୁଳିରେ ଥିବା ଆକ୍ୟୁପ୍ରେସର ପଏଣ୍ଟ ଉପରେ ଚାପ ପଡ଼ିଲେ ଗର୍ଭାଶୟ ସ୍ବାଭାବିକ ଭାବେ କାର୍ୟ୍ୟ କରିଥାଏ ବୋଲି ଚିକିତ୍ସା ବିଜ୍ଞାନୀ ମତପୋଷଣ କରିଥାନ୍ତି। ସେହିପରି ରୁପା ମୁଦିର ସକାରାତ୍ମକ ପ୍ରଭାବ ଶରୀର ଉପରେ ପଡ଼େ ବୋଲି ରହିଛି ବିଶ୍ୱାସ। ସେଥିପାଇଁ ବିବାହ ସମୟରେ ମହିଳାଙ୍କ ଗୋଡରେ ରୁପାର ମୁଦି ପିନ୍ଧାଇ ଦିଆଯାଇଥାଏ।