ଆଦୃତ ପର୍ଯ୍ୟଟନ ସ୍ଥଳୀ ତାଲିକା ପ୍ରକାଶିତ: ୨୦ତମ ସ୍ଥାନରେ ଭାରତ

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ବତର୍ମାନ ଚାଲିଛି ପିକନିକ ଟାଇମ । ପର୍ଯ୍ୟଟକ ମାନେ ମନୋଲୋଭା ପର୍ଯ୍ୟଟନ ସ୍ଥଳୀକୁ ଭ୍ରମଣ କରୁଛନ୍ତି । ବ୍ୟସ୍ତ ବହୁଳ ଜୀବନରୁ ନିଜ ପାଇଁ ସମୟ ବାହାର କରି ପ୍ରାକୃତିକ ପରିବେଶ ଭିତରେ ନିଜର ପରିବାର ଓ ସାଙ୍ଗସାଥୀ ସହିତ ସମୟ ବିତାଉଛନ୍ତି ।
ତେବେ ୨୦୧୯ରେ ଦୁନିଆର କେଉଁ ୧୦୦ ପର୍ୟ୍ୟଟନସ୍ଥଳୀ ଦେଶ ବିଦେଶର ପର୍ୟ୍ୟଟକଙ୍କ ଦ୍ୱାରା ଅଧିକ ଆଦୃତ ହୋଇଥିଲା, ସେ ନେଇ ଏକ ତାଲିକା ଜାରି କରାଯାଇଛି। ବ୍ରିଟିଶ ମାର୍କେଟିଂ ରିସର୍ଚ୍ଚ କମ୍ପାନୀ ୟୁରୋମନିଟର ଇଣ୍ଟରନ୍ୟାଶନାଲ ପକ୍ଷରୁ ଜାରି କରାଯାଇଥିବା ଏହି ଲିଷ୍ଟରେ ପ୍ରଥମ ୫ ସହର ମଧ୍ୟରେ ରହିଛି ହଂକଂ, ବ୍ୟାଙ୍ଗକକ୍‌, ଲଣ୍ଡନ, ମକାଉ ଏବଂ ସିଙ୍ଗାପୁର। ସେହିପରି ଏହି ଲିଷ୍ଟର ଟପ୍‌ ୨୦ରେ ଭାରତର ଦିଲ୍ଲୀ ଓ ମୁମ୍ବାଇ ସହର ସ୍ଥାନ ପାଇଛି। ୨୦୧୮ ତୁଳନାରେ ୨୦୧୯ରେ ଏହି ଦୁଇ ସହରରେ ବିଦେଶୀ ପର୍ୟ୍ୟଟକଙ୍କ ସଂଖ୍ୟା ଅଧିକ ହୋଇଥିବା ଜଣାପଡ଼ିଛି। ସହରର ଐତିହ୍ୟ, ପର୍ୟ୍ୟଟକଙ୍କ ଅନୁଭବ ଓ ଆର୍ଥିକ ପ୍ୟାକେଜ୍‌ ଆଧାରରେ ଏହି ରିପୋର୍ଟ ତିଆରି କରାଯାଇଛି। ରିପୋର୍ଟ ମୁତାବକ, ଓ୍ବାଲର୍‌ଡ କ୍ଲାସ୍‌ ଏୟାରପୋର୍ଟ, ବିଳାସମୟ ସୁବିଧା, ମେଡିକାଲ, ସ୍ପୋଟର୍‌ସ ଓ ଐତିହ୍ୟକୁ ଗୁରୁତ୍ୱ ଦିଆଯାଉଥିବାରୁ ଆଗାମୀ ଦିନରେ ଦିଲ୍ଲୀ ଏହି ଲିଷ୍ଟରେ ୮ନମ୍ବର ସ୍ଥାନକୁ ଆସିପାରେ। ଲିଷ୍ଟର ୨୬ ନମ୍ବରରେ ଆଗ୍ରା ସ୍ଥାନ ପାଇଛି। ଏଠାକୁ ୨୦୧୮ରେ ଦେଶବିଦେଶରୁ ୮୦ହଜାର ପର୍ୟ୍ୟଟକଙ୍କ ଆଗମନ ହୋଇଥିଲା।