ବ୍ୟୁରୋ : ତୀର୍ଥ ପାଇଁ ପୁରୀ ଆସୁଥିବା ସମୟରେ ବସ୍ରେ ନିଆଁ ଲାଗିଛି । ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକ ନାଳଙ୍ଗ ଛକ ନିକଟରେ ଘଟିଛି । ବସରେ ଥିବା ପଛ କମ୍ପ୍ରେସରରେ ଲାଗିଥିବା ସୂଚନା ମିଳିଛି । ଏହି ତୀର୍ଥଯାତ୍ରୀ ବସ୍ ଟି ବାଲେଶ୍ୱରରୁ ପୁରୀ ଅଭିମୁଖେ ଆସୁଥିବା ଜଣାପଡିଛି ।
ସୂଚନା ଯୋଗ୍ୟ ଯେ, ବସ୍ରେ ୪୦ ଯାତ୍ରୀ ରହିଥିଲେ । ଘଟଣାସ୍ଥଳରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ନିଆଁକୁ ଅଗ୍ନିଶମ ବିଭାଗ ଆୟତ୍ତ କରିଥିଲା । ତେବେ ଏହି ଘଟଣାରେ କେହି ଆହତ କିମ୍ବା ମୃତାହତ ହୋଇନାହାଁନ୍ତି । ସୁରକ୍ଷିତ ଭାବରେ ସମସ୍ତ ଯାତ୍ରୀ ବସ ରୁ ତଳକୁ ଯାଇଥିଲେ ।