ହୋଟେଲରେ ଲାଗିଲା ନିଆଁ, ଜୀବନ୍ତ ଜଳିଗଲେ ଜଣେ ପର୍ଯ୍ୟଟକ…

0

ହିମାଚଳପ୍ରଦେଶ ରାଜଧାନୀ କାଚିଘାଟରେ ବଡ ଧରଣର ଅଗ୍ନିକାଣ୍ଡ । ସେହି ଅଞ୍ଚଳର ଏକ ହୋଟେଲରେ ଶ୬କ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ମହାରାଷ୍ଟ୍ରର ଜଣେ ପର୍ଯ୍ୟଟକ ପ୍ରାଣ ହରାଇଥିବା ବେଳେ ତାଙ୍କର ଦୁଇ ଜଣ ସାଥି ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାରେ ତିନୋଟି କୋଠରୀ ସମ୍ପୂର୍ଣ୍ଣ ରୂପେ ଜଳି ପୋଡି ପାଉଁଶ ହୋଇଯାଇଥିଲା । ଫଳରେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ହୋଇଥିବା ଜଣାପଡିଛି ।


ସେପଟେ ହୋଟେଲରେ ନିଆଁ ଲାଗିବା କ୍ଷଣି କିଛୀ ପର୍ଯ୍ୟଟକ ନିଜ ଜୀବନ ବଞ୍ଚାଇବା ପାଇଁ ବାହାରକୁ ବାହାରି ଯାଇଥିବା ବେଳେ ଆଉ କିଛି ବାହାରି ପାରିନଥିଲେ । ସେପଟେ ଖବର ପାଇଁ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏହି ଦୁର୍ଘଟଣା ପାଇଁ ହୋଟେଲ ପରିଚାଳନାର ଅବହେଳାକୁ ପୁଲିସ ଦାୟୀ କରିଛି। ଏଥିସହ ହୋଟେଲ ବିରୋଧରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଗତକାଲି ରାତିରେ ମହାରାଷ୍ଟ୍ରର ତିନିଜଣ ଯୁବକ କାଚିଘାଟରେ ଅବସ୍ଥିତ ‘ରାମା ବେଡ୍ ଏବଂ ବ୍ରେକଫାଷ୍ଟ’ ହୋଟେଲରେ ରହିଥିଲେ।


ବିଳମ୍ବିତ ରାତିରେ ସେମାନେ ନିଜ କୋଠରୀରେ ଶୋଇଥିବା ବେଳେ ହଠାତ୍ କୋଠରୀରେ ନିଆଁ ଲାଗିଯାଇଥିଲା। ଧୂଆଁ ଏବଂ ନିଆଁ ଲାଗିବା ମାତ୍ରେ ହୋଟେଲରେ ଆତଙ୍କ ଖେଳିଯାଇଥିଲା। ମୃତ ବ୍ୟକ୍ତି ଜଣକ ରିତେଶ ପୁଡଲେ (୨୪) ବୋଲି ଜଣାପଡିଛି, ସେ ମହାରାଷ୍ଟ୍ରର ସାଙ୍ଗଲିର କୋରେଗାଓଁ ନିବାସୀ ଥିଲେ। ତାଙ୍କର ଦୁଇ ସାଥୀ ଆଶିଷ ଏବଂ ଅଭଦୁତ ପାଟିଲ ଅଳ୍ପକେ ବର୍ତ୍ତିଯାଇଛନ୍ତି ଜ୍ଝ ସୂଚନା ଥାଉ କି ଯେ ଏକ ପାହାଡ଼ିଆ ଅଞ୍ଚଳ ହେତୁ ଶିମଲାର ଅନେକ ହୋଟେଲରେ କାଠ ପ୍ରାୟତଃ ବ୍ୟବହୃତ ହୁଏ ଜ୍ଝ ଏଭଳି ପରିସ୍ଥିତିରେ ନିଆଁ ଲାଗିବାର ଆଶଙ୍କା ସବୁବେଳେ ଲାଗିରହିଥାଏ ।