ଆଜି ଅର୍ଥାତ ମାର୍ଚ୍ଚ ୨୭ ଗୁରୁବାର ଇଜିପ୍ଟିର ଲୋହିତ ସାଗରରେ ଏକ ପର୍ଯ୍ୟଟନ ବୁଡାଜାହାଜ ବୁଡିଯାଇଛି । ଯେଉଁଥିରେ ଅତିକମରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହି ଦୁର୍ଘଟଣାଟି ରେଲାହିତ ସାଗରର ହୁରଘାଡା ନିକଟରେ ଘଟିଛି । ମୃତକ ୬ ଜଣ ଋଷର ନାଗରୀକ ବୋଲି ଜଣାପଡିଛି । ରିପୋର୍ଟ ଅନୁସାରେ ୨୯ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ୯ ଜଣ ଆହାତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଆହାତ ହୋଇଥିଲେ ।
ବୁଡ଼ିଯାଇଥିବା ବୁଡ଼ାଜାହାଜଟି ସିନ୍ଦବାଦ୍ ହୋଟେଲର ବୋଲି ରୁଷ ଦୂତାବାସ ନିଶ୍ଚିତ କରିଛି। ଜାହାଜରେ ୪୫ ଜଣ ରୁଷୀୟ ପର୍ୟ୍ୟଟକ, ସେମାନଙ୍କ ପିଲାମାନେ ସହ କ୍ରୁ ସଦସ୍ୟମାନେ ଥିଲେ । ସମସ୍ତ ଯାତ୍ରୀ ରୁଷିଆନ୍ ଯାତ୍ରା କମ୍ପାନୀ “ବିବ୍ଲିଓ ଗ୍ଲୋବସ୍” ଏବଂ ଏହାର ଇଜିପ୍ଟର ସହଯୋଗୀ “ବିବ୍ଲିଓ ଗ୍ଲୋବସ୍ ଇଜିପ୍ଟ ଟୁର୍ସ” ମାଧ୍ୟମରେ ଏହି ପର୍ୟ୍ୟଟନରେ ଆସିଥିଲେ। ସ୍ଥାନୀୟ ସମୟ ପୂର୍ବାହ୍ଣ ୧୦ଟା ସମୟରେ ଏହି ଅଘଟଣ ସମୁଦ୍ର କୂଳଠାରୁ ୦.୬ କିଲୋମିଟର ଦୂରରେ ସମୁଦ୍ର ମଧ୍ୟରେ ହୋଇଥିଲା । ରୁଷ କନସୁଲେଟର ଅଧିକାରୀମାନେ ସିନ୍ଦବାଦ୍ ହୋଟେଲ ପିଅରରେ ଉପସ୍ଥିତ ଅଛନ୍ତି ଏବଂ ପରିସ୍ଥିତି ଉପରେ ନଜର ରଖିଛନ୍ତି।