ପାଞ୍ଚ ଗୋଟି ଗ୍ରାମ ପଞ୍ଚାୟତରେ ବି,ଏସ.ଏନ.ଏଲ ଟାୱାର ଉଦଘାଟିତ

0

(ଗୋଲାପ ସାହୁ / କଳାହାଣ୍ଡି ) : କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ଥୂଆମୁଳ ରାମପୁର ବ୍ଲକର ପାଞ୍ଚ ଗୋଟି ଗ୍ରାମ ପଞ୍ଚାୟତର ପାଞ୍ଚ ଟି ସ୍ଥାନରେ ବି,ଏସ.ଏନ.ଏଲ ମୋବାଇଲ ଟାୱାର ଉଦଘାଟନ କରାଯାଇଛି । ଅଥଂଳ ବାସୀଙ୍କ ଅନେକ ଦିନର ଆଶା ପୁରଣ କରିଛି ବି,ଏସ.ଏନ.ଏଲ ମୋବାଇଲ ଫୋନ ସେବା । ବର୍ଷ ବର୍ଷ ଧରି ଥୂଆମୁଳ ରାମପୁର ବ୍ଲକର ଅନେକ ଗ୍ରାମ ପଞ୍ଚାୟତର ଲୋକ ମାନେ ମୋବାଇଲ ସେବାରୁ ବଞ୍ଚିତ ହେଉଥିବାର ଦେଖିବାକୁ ମିଳିଥିଲା ।

ଅଞ୍ଚଳ ବାସୀ ଦୀର୍ଘ ଦିନ ଧରି ବି,ଏସ.ଏନ.ଏଲ ଟାୱାର ବସେଇବା ପାଇଁ ମଧ୍ୟ ଦାବି କରି ଆସୁଥିଲେ । ଥୂଆମୁଳ ରାମପୁର ବ୍ଲକର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଟାୱାର ନିର୍ମାଣ କରିବା ପାଇଁ ଜିଲ୍ଲା ପରିଷଦ ମୁରଳୀଧର ନାଏକ ସରକାରଙ୍କ ପାଖରେ ଦାବୀ କରୁଥିଲେ । ଆଜି ତାଙ୍କ ପ୍ରୟାସରେ ପାଞ୍ଚ ଗୋଟି ଗ୍ରାମ ପଞ୍ଚାୟତ ଯଥା ମହୁଲପାଟଣା, ବଡଛତ୍ରଗଂ, ଗୋପୀନାଥପୂର,ଅଡ୍ରୀ, ଗୋପାଳପୁର ଠାରେ ଉଦ୍ଘାଟନ କରାଯାଇଛି,
ଏହି ପାଞ୍ଚ ଟି ଗ୍ରାମ ପଞ୍ଚାୟତ ପାହାଡ ପର୍ବତ ମଧ୍ୟରେ ଥିବା ଯୋଗୁଁ କାମ କରିବା ପାଇଁ ଯଥା ସମ୍ଭବ ହୋଇ ନଥାଏ । କିନ୍ତୁ ଆଜି ବି,ଏସ.ଏନ.ଏଲ କର୍ମ କର୍ତ୍ତାଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ତାହା ସଫଳ ହୋଇଛି,
ଅଞ୍ଚଳ ବାସୀ ମୋବାଇଲ ସେବା ପାଇଥିବାରୁ ବି,ଏସ.ଏନ.ଏଲ କର୍ମ କର୍ତ୍ତା ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ,

ଉଦ୍ଘାଟନ କରିବା ପାଇଁ TDM ରମେଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଆସିଥିବା ବେଳେ ତାଙ୍କ ସହିତ BSNL JTO ରାମାକାନ୍ତ ପରମାଣିକ, JTO ଜୟନ୍ତ କୁମାର ଦାସ, JTO ସଭ୍ୟସଚୀ ଦାସ, SDE ତାରଣୀ ପ୍ରସାଦ ତ୍ରିପାଠୀ, ଜିଲ୍ଲା ପରିଷଦ ମୁରଳୀଧର ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ BSNL TDM ଅଞ୍ଚଳ ବାସୀ ଙ୍କୁ ଧନ୍ୟବାଦ ଅ ର୍ପଣ କରିଥିଲେ ।