ଟ୍ରାକ୍ଟର ଧକ୍କାରେ ଛାତ୍ରୀ ମୃତ

0

(ରଜନୀକାନ୍ତ ପାତ୍ର)ହିଂଜିଳିକାଟୁ: ଆଜି ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ଝରପୋଖରୀ ନିକଟ ରାସ୍ତାରେ ଏକ ସାଇକେଲକୁ ଟ୍ରାକ୍ଟର ଧକ୍କା ଦେବାରୁ ଜଣେ ଆଇଟିଆଇ ଛାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେ ଝରପୋଖରୀ ଗାଁର ସୁରଭି ଦାସ। ଦୁର୍ଘଟଣା ପରେ ଟ୍ରାକ୍ଟର ଛାଡ଼ି ଚାଳକ ଫେରାର ହୋଇଯାଇଛି। ଖବର ପାଇ ଛତ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟର ଜବତ କରିବା ସହ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲୋ। ଅପରପକ୍ଷରେ ଆଜି ମୃତ ଛାତ୍ରୀଙ୍କ ପରିବାରବର୍ଗ ଓ ଗ୍ରାମବାସୀ ଚାଳକଙ୍କ ଗିରଫ ଦାବିରେ ଛତ୍ରପୁର ଥାନା ସମ୍ମୁଖରେ ବସି ରହିଛନ୍ତି।