ବ୍ୟୁରୋ: ନଦୀରେ ଟ୍ରାକ୍ଟର ଓଲଟି ଗଲା ୮ଜଣଙ୍କ ଜୀବନ । ଏଭଳି ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ସହାରନପୁରରେ । ଶ୍ରଦ୍ଧାଳୁ ଭର୍ତ୍ତି ହୋଇଥିବା ଟ୍ରାକ୍ଟର ଡାଲା ନଦୀରେ ଓଲଟି ଯିବାରୁ ୨ ପିଲାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ୧୨ ରୁ ଉର୍ଦ୍ଧ ଲୋକ ନିଖୋଜ ହୋଇଥିବା କୁହାଯାଉଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ।
ସୂଚନା ଅନୁଯାୟୀ, ସହାରନପୁରର ଦେହାତ କୋତବାଲି ଅଞ୍ଚଳରେ ଏକ ଧାର୍ମିକ କାର୍ଯ୍ୟକ୍ରମରୁ ୪୫ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ନଦୀ ରାସ୍ତା ଦେଇ ଫେରୁଥିବା ସମୟରେ ଟ୍ରାକ୍ଟର ଟ୍ରଲି ନଦୀରେ ଓଲଟିପଡିଥିଲା । ଫଳରେ ଅନେକ ଲୋକ ଭାସିଯାଇଥିଲେ ।ସେଥିମଧ୍ୟରୁ ୨ଜଣ ପିଲା ଙ୍କ ସମେତ ୮ଜଣଙ୍କ ମୃତୁ ହୋଇଥିବା କୁହାଯାଉଛି । ଏବେବି ୧୨ ଜଣ ଲୋକ ନିଖୋଜ ଥିବା କୁହାଯାଉଛି । ଘଟଣା ପରେ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ କିଛି ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରାଯାଇଥିଲା । ଘଟଣା ପରେ ପୋଲିସ ଏବଂ ଜିଲ୍ଲାଧିକାରୀ ପହଞ୍ଚି ଉଦ୍ଧାର କାର୍ୟ୍ୟକରିଥିଲେ । ନିଖୋଜ ଥିବା ଲୋକଙ୍କୁ ଖୋଜିବା ପାଇଁ ରେସକ୍ୟୁଅପରେସନ ଯାରି ରହିଛି ।