ଟ୍ରାକ୍ଟର କାମ କରୁଥିବା ସମୟରେ ଟ୍ରାକ୍ଟର ଓଲଟି ଡ଼୍ରାଇଭର ଗୁରୁତର

0

କଲାହାଣ୍ଡି: ଟ୍ରାକ୍ଟର ଓଲଟି ଡ୍ରାଇଭର  ଗୁରୁତର । ଏଭଳି ଘଟଣା ଘଟିଛି  କଲାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ବଡପୋଡାଗୁଡା ଠାରେ  । ଟ୍ରାକ୍ଟର ଓଲଟି ଡ଼୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ବଡପୋଡାଗୁଡା ଠାରେ ଟ୍ରାକ୍ଟର କାମ କରୁଥିବା ସମୟରେ ଟ୍ରାକ୍ଟର ଓଲଟି ଯାଇଥିବା ସୂଚନା ମିଳିଛି l ଡ଼୍ରାଇଭର ଜଣକ ବଡପୋଡାଗୁଡା ଗ୍ରାମପଞ୍ଚାୟତ ତଲାଗାଁ ଗ୍ରାମର କୁମର ନାଗ ଙ୍କ ପୁଅ ଦିପକ ନାଗ ( ୨୬) ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକେ ଏବଂ ପରିବାର ଲୋକେ ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ଭି କରିଥିବା ଜଣାପଡିଛି।