ଟମାଟୋ ପାଇଁ ସେନା କର୍ମଚାରୀଙ୍କୁ କାମୁଡି ଦେଲେ ବ୍ୟବସାୟୀ। ଏଭଳି ଘଟଣା ଯାଜପୁର ଜିଲ୍ଲା ବଇରୀ ଥାନା ଅଧୀନ ଚମ୍ପାପୂରରୁ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଚମ୍ପାପୁର ଗ୍ରାମ ର ରମେଶ ସେଠୀ ଯିଏ କି IT BP ଅରୁଣାଚଳ ପ୍ରଦେଶ ର 10th ବାଟାଲିୟନ ହେଡ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବା ବେଳେ ଆଜି ହେଡ କ୍ୱାର୍ଟର କୁ ଯାଇଥାନ୍ତେ। ସେହି ସମୟ ରେ ଘର ପାଇଁ ପରିବା କିଣିବା ପାଇଁ ସ୍ଥାନୀୟ ଚମ୍ପାପୁର ହାଟ କୁ ଯାଇଥିବା ସମୟ ରେ ଜଣେ ବ୍ୟବସାୟୀ ଙ୍କ ଠୁ ଟମାଟୋ କିଣିବା ବେଳେ ଟମାଟୋ ଦର କୁ ନେଇ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା। ଯାହାକୁ ନେଇ ବ୍ୟବସାୟୀ ଜଣକ ଉତ୍ଖିପ୍ତ ହୋଇ ସେନା କର୍ମଚାରୀ ଙ୍କ ପେଟ କୁ କାମୁଡି ଦେଇଥିଲେ। ସ୍ଥାନୀୟ ଅଞ୍ଚଳ ରେ ଉତେଜନା ପ୍ରକାଶ ପାଇଥିଲା। ଘଟଣା ସ୍ଥଳରେ ବଇରୀ ପୋଲିସ ପହଞ୍ଚି ସେନା କର୍ମଚାରୀ ଙ୍କୁ ମେଡିକାଲ ପଠାଇ ଥିଲା। ମେଡିକାଲ ରେ ଚିକିତ୍ସିତ ହୋଇ ସେନା କର୍ମଚାରୀ ହେଡ କ୍ୱାର୍ଟର କୁ ଯାଇଛନ୍ତି। ବଇରୀ ପୋଲିସ ବ୍ୟବସାୟୀ ଙ୍କୁ ଥାନା ରେ ଅଟକ ରଖି ଘଟଣା ର ତଦନ୍ତ ଚଳାଇଛି।