ମାର୍ଚ୍ଚ ପହିଲାରୁ କଡ଼ାକଡ଼ି ହେବ ଟ୍ରାଫିକ ନିୟମ

0

(ସରୋଜ କୁମାର ରାଉତ)ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । ଦୁର୍ଘଟଣାରେ ବହୁ ଲୋକଙ୍କ ଜୀବନ ଅକାଳରେ ଚାଲିଯାଉଛି । ତେଣୁ କିପରି ରାଜ୍ୟରେ ଦୁର୍ଘଟଣା କମିବ ଏବଂ ଲୋକ ସଚେତନ ହୋଇପାରିବେ । ପୁଣି କିଛି ଦିନ କୋହଳ ପରେ ନୂତନ ମୋଟର ଯାନ ଆଇନ ମାର୍ଚ୍ଚ ପହିଲାରୁ କଡ଼ାକଡ଼ି ଭାବେ ପାଳନ କରାଯିବ । ନିୟମ ଉଲଂଘନ କଲେ ମୋଟା ଅଙ୍କର ଜୋରିମନା ଗଣିବାକୁ ପଡ଼ିବ ବୋଲି ସୂଚନା ଦେଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।