ରାଇରଙ୍ଗପୁର -(ସତ୍ୟନାରାୟଣ ପାଲ) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର ହେଉଛି ଦିତୀୟ ବୃହତ୍ତମ ସହର । ଏହି ସହରର ଲୋକସଂଖ୍ୟା ୫୦ ହଜାରରୁ ଉର୍ଦ୍ଧ୍ବ ଥିବାବେଳେ ବାହାର ଓ ଆଖ ପାଖ ଅଂଚଳରୁ ଦୈନିକ ୫୦ ହଜାର ଲୋକ ବିଭିନ୍ନ ସରକାରୀ , ବେସରକାରୀ ,ଦୋକାନ, ବାଣିଜ୍ୟ ପାଇଁ ଆସନ୍ତି ।ଏହି ସହରର ଭିତର ଦେଇ ଜାତୀୟ ରାଜପଥ ୨୨୦ ନମ୍ବର ରାଞ୍ଚି – ବିଜୟଓ୍ବାଡା ଯାଇଛି ।ଏହି ସହର ଦେଇ ଦୈନିକ ୩୦୦ ରୁ ଉର୍ଦ୍ଧ୍ବ ରାଜ୍ୟ ଓ ଆନ୍ତଃ ରାଜ୍ୟ ବସ ଚଳା ଚଳ କରୁଛି । ରାଇରଙ୍ଗପୁର ସହରରେ ବାଇ ପାସ୍ ରାସ୍ତା ନାହିଁ ।ତଦସହ ଦୈନିକ ଶତାଧିକ ଲୌହ ବୋଝେଇ ହାଇଓ୍ବା ଗାଡ଼ି ଏହି ରାସ୍ତା ଦେଇ ଯିବା ଆସିବା କରୁଛି ।
ବିକଳ୍ପ ରାସ୍ତା ନ ଥିବାରୁ ଏହା ଏକ ସିଙ୍ଗଲ ମୁଖ୍ୟ ରାସ୍ତା ହୋଇଛି ।ଗୋଲେଇ ଛକ ଟ୍ରାଫିକ ଛକ, ମହୁଲଡିହା ଛକ, ନିଶାମଣି ହୋଟେଲ ସମ୍ମୁଖରେ ଟ୍ରାଫିକ,ବଜାର,ତିନି କୋଣିଆ ପେଟ୍ରୋଲ ପମ୍ପ ସମ୍ମୁଖରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି । ନିକଟରେ ମାର୍ଚ୍ଚ ୫ ତାରିଖ ଦିନ ଦୁର୍ଗା ମଣ୍ଡପ ଛକରେ ଏକ ରାଜନୈତିକ ଦଳର କାର୍ଯ୍ୟକ୍ରମ ପାଇଁ ଟେଣ୍ଟ ବନ୍ଧା ହୋଇଥିଲା ।ଆଜକୁ ସେଠାରେ ୬ ଦିନ ହେଲାଣି ଟେଣ୍ଟ ମାଲିକ ମନମାନି ଯୋଗୁଁ ଟେଣ୍ଟ ଉଠା ଯାଉନାହିଁ । ସେହି ସ୍ଥାନରେ ଜଗନ୍ନାଥ ବସ, ଏବଂ ଅନ୍ୟ ଗାଡ଼ି ରହଣି ହେବା ସହ ବାଇପାସ୍ ଭଳି ସେହି ଛକ କାମ କରେ । ସେହି ଛକ ଏକ ଟ୍ରାଫିକ କାମ ତୁଲାଇବା ରେ ମୁଖ୍ୟ ଭୂମିକା ନିଭାଇଥାଏ । କିନ୍ତୁ ଟେଣ୍ଟ ଉଠା ନ ଯିବା ଯୋଗୁଁ ବାରମ୍ବାର ଛୋଟ ବଡ଼ ଦୁର୍ଘଟଣା ଘଟୁଛି ।
ତେଣୁ ଟେଣ୍ଟକୁ ତୁରନ୍ତ ସେଠାରୁ ଉଠାଇବା ପାଇଁ ରାଇରଙ୍ଗପୁର ପୌରାଧିକାରୀ , ରାଇରଙ୍ଗପୁର ପୋଲିସ, ଉପଖଣ୍ଡ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି ।