ବ୍ୟୁରୋ : ପୁଣି ଏକ ବଡ ଦୁର୍ଘଟଣା ଲାଇନଚ୍ୟୁତ ହେଲା ଟ୍ରେନ । ଦୁର୍ଘଟଣାଟି ଉତ୍ତରପ୍ରଦେଶ ମଥୁରାରେ ଘଟିଛି । ଉକ୍ତ ମାଲବାହୀ ଟ୍ରେନ୍ର ୨୫ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ବୁଧବାର ବିଳମ୍ବିତ ରାତିରେ ବୃନ୍ଦାବନ ଷ୍ଟେସନ ଠାରୁ ୮୦୦ ମିଟର ଦୂରରେ ଏହି ଟ୍ରେନ ଦୁର୍ଘଟଣା ହୋଇଛି । ଆଗ୍ରାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ସମୟରେ ଟ୍ରେନ୍ ଟି ଲାଇନଚ୍ୟୁତ ହୋଇଛି । ଘଟଣାସ୍ଥଳରେ ରେଲବାଇ ପୋଲିସ ଓ ବରିଷ୍ଠ ଅଧିକାରୀ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦୁର୍ଘଟଣା ପରେ ୪ଟି ଲାଇନ ମଧ୍ୟରୁ ୩ଟି ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଟ୍ରାକ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି । କିଛି ଟ୍ରେନର ଚଳାଚଳ ଆଂଶିକ ଏବଂ କିଛି ଟ୍ରେନ ଚଳାଚଳକୂ ସଂମ୍ପୂର୍ଣ୍ଣ ରୂପେ ବାତିଲ କରାଯାଇଛି । ଅନେକ ଟ୍ରେନର ଗତିପଥ ବଦଳାଯାଇଛି । ତେବେ ଏହି ଦୁର୍ଘଟଣାରେ କ୍ଷୟକ୍ଷତି ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ରିପୋର୍ଟ ପ୍ରକାଶ ପାଇନାହିଁ ।