ରାଜସ୍ଥାନର ଆଜମେର ଠାରେ ଟ୍ରେନ ଦୁର୍ଘଟଣା, ୪ ବଗି ଲାଇନଚ୍ୟୁତ

0

ରାଜସ୍ଥାନର : ପୁଣି ଟ୍ରେନ ଦୁର୍ଘଟଣା । ରାଜସ୍ଥାନର ଆଜମେର ଠାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ଶାବରମତି-ଆଗ୍ରା କେଣ୍ଟସୁପରଫାଷ୍ଟ ଟ୍ରେନ ମଦାର ଷ୍ଟେସନ ପୂର୍ବରୁ ଲାଇନଚ୍ୟୁତ ହୋଇଛି । ଏହି ଟ୍ରେନଟି ଏକ ମାଲଗାଡି ସହ ଧକ୍କା ହେବା ଫଳରେ ୪ଟି ବଗି ରେଳଧାରଣା ପାଶ୍ୱରେ ଥିବା ଖୁଣ୍ଟରେ ବାଡେଇ ହୋଇ ଯାଇଥିଲା । ଧକ୍କା ଏତେ ଯୋରେ ଥିଲା ଯେ ରେଳ ଧାରଣା ଖଣ୍ଡ ଖଣ୍ଡ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଦୁର୍ଘଟଣାରେ ସେଭଳି କିଛି ବଡ ଧରଣର କ୍ଷୟକ୍ଷତି ହୋଇନଥିବା କୁହାଯାଉଛି । ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।