ଅନୁଗୁଳ -ସୁକିନ୍ଦା ରେଳପଥରେ ଟ୍ରେନ ଦୁର୍ଘଟଣା: ଜଣେ ମୃତ

0

କାମାକ୍ଷାନଗର / ସମଦର୍ଶୀ ଦାସ : ଟ୍ରେନ ଧକ୍କା ରେ ଯୁବକ ମୃତ l କାମାକ୍ଷାନଗର ଥାନା ବାଇସିଙ୍ଗା ଗାଁ ନିକଟରେ ଥିବା ଅନୁଗୁଳ -ସୁକିନ୍ଦା ରେଳପଥରେ ଟ୍ରେନ ଧକ୍କାରେ ଯୁବକ ଙ୍କ ମୃତ୍ୟୁ ହୋଇଛି l ମୃତ ଯୁବକ ଜଣକ କାମାକ୍ଷାନଗର ଥାନା ମାଳପୁରା ଶବର ସାହି ର ଛୋଟା ଦେହୁରୀ ଙ୍କ ପୁଅ ବାପି ଦେହୁରୀ ହୋଇଥିବା ଜଣା ପଡିଛି l

 ସୂଚନା ଅନୁସାରେ ଆଜି ସକାଳୁ ଟ୍ରେନ ଧକ୍କା ରେ ଜଣେ ଯୁବକ ଙ୍କ ମୃତଦେହ ରେଳଧାରଣାରେ ପଡ଼ିଥିବା ଦେଖି କିଛି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ l ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ରେଲୱେ ପୋଲିସ ସହାୟତା ରେ ମୃତଦେହ କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି l