ଟ୍ରେନୀ ଆଇଏଏସ ପୂଜା ଖେଡକରଙ୍କୁ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି । କୋର୍ଟ ତାଙ୍କ ଅଗ୍ରୀମ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି । ବୁଧବାର ୟୁପିଏସସି ପୂଜାଙ୍କ ଚୟନକୁ ରଦ୍ଦ କରିଦେଇଥିଲେ । ଏଥିସହ ଭବିଷ୍ୟତରେ ଆୟୋଗ ଦ୍ୱାରା ଆୟୋଜିତ କୌଣସି ପରୀକ୍ଷା ପାଇଁ ପୂଜା ସାମିଲ ହୋଇପାରିବେ ନାହିଁ ବୋଲି ପ୍ରତିବନ୍ଧକ ଲଗାଇ ଦେଇଥିଲେ । ୟୁପିଏସସି ତାର ଯାଞ୍ଚରେ ପୂଜା ପରୀକ୍ଷାରେ ହେରାଫେରି କରିଥିବା ଦେଖିବାକୁ ପାଇଥିଲେ ।
ପୂଜାଙ୍କ ବିରୋଧରେ ହୋଇଥିବା ଯାଞ୍ଚରେ ତଦନ୍ତକାରୀ ଟିମ ୨୦୦୯ରୁ ୨୦୨୩ ମଧ୍ୟରେ ୟୁପିଏସସିରେ ଉତ୍ତିର୍ଣ୍ଣ ୧୫ହଜାରରୁ ଅଧିକ ପ୍ରାର୍ଥୀଙ୍କ ଡାଟା ଯାଞ୍ଚ କରିଥିଲା । ଏଥିରେ ପୂଜା ପରୀକ୍ଷା ଦେବାକୁ ପ୍ରତି ଥର ନିଜ ନାଁ ସହ ବାପା, ମା’ଙ୍କ ନାଁ ବଦଳାଇବା ଦେଖିବାକୁ ମିଳିଥିଲା । ସେ ନିଜ ବୟସର ମିଛ ପ୍ରମାଣ ପତ୍ର ଦେବା ସହ ଦିବ୍ୟାଙ୍ଗ ସାର୍ଟିଫିକେଟ ମଧ୍ୟ ଉପସ୍ଥାପନ କରିଥିଲେ ପରୀକ୍ଷାରେ । ଏହି ଚଞ୍ଚକତା ସାମ୍ନାକୁ ଆସିବା ପରେ ଆୟୋଗ ପରୀକ୍ଷା ପ୍ରକରଣରେ ଆହୁରି ସ୍ପଷ୍ଟତା ଆଣିବାକୁ ଆଗାମୀ ଦିନରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଥିବା କହିଛନ୍ତି ।