ମଧ୍ୟପ୍ରଦେଶ: ଆଜି ମଧ୍ୟପ୍ରଦେଶର ଗୁନା ଜିଲ୍ଲାର ଏକ ଏୟାରଷ୍ଟ୍ରିପରେ ଏକ ଘରୋଇ ବିମାନ ଚଳାଚଳ ଏକାଡେମୀର ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇଜଣ ପାଇଲଟ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ମଝି ଆକାଶରେ ବିମାନର ଇଞ୍ଜିନ ଫେଲେ ହୋଇଯିବାରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ଏକ ଘରୋଇ ବିମାନ ଏକାଡେମିର ଟ୍ରେନର ବିମାନ ସିସନା ୧୫୨। ଆଜି ମଧ୍ୟାହ୍ନ ୧ଟା ୩୦ ସମୟୟରେ ଦୁର୍ଘଟଣା ଘଟିଥିଲା।
ସୌଭାଗ୍ୟବଶତଃ ଦୁଇ ଜଣ ପାଇଲଟଙ୍କ ଜୀବନ ରକ୍ଷା ପାଇଯାଇଛି। ଆହତ ଥିବାରୁ ଦୁଇ ପାଇଲଟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିମାନର ପରୀକ୍ଷା ନୀରିକ୍ଷା ପାଇଁ କିଛି ଦିନ ପୂର୍ବେ ଗୁନା ଏୟାରଷ୍ଟ୍ରିପକୁ ଆସିଥିବା ଅଧିକାରୀମାନେ କହିଛନ୍ତି।