ନୂଆଦିଲ୍ଲୀ: ସେନା ହେଲିକପ୍ଟର ଦୁର୍ଘଟଣାଗସ୍ତ । ତୁର୍କୀର ଦୁଇଟି ସାମରିକ ହେଲିକପ୍ଟର ମୁହାଁମୁହିଁ ଧକ୍କା । ଫଳରେ ବିମାନରେ ଥିବା ୫ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହିତ ଗୋଟିଏ ହେଲିକପ୍ଟର ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଗୋଟିଏ ସୁରକ୍ଷିତ ଥିବା ସୂଚନା ରହିଛି । ତେବେ ଏହି ଦୁର୍ଘଟଣା ବେଳେ ୩ଜଣ ଗୁରୁତର ଆହତ ହୋଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ସୂଚନା ଅନୁଯାୟୀ, ନିୟମିତ ତାଲିମ ବିମାନ UH-1 ଉଡ଼ାଣ ସମୟରେ ଦକ୍ଷିଣ-ପଶ୍ଚିମ ଇସର୍ଟା ପ୍ରଦେଶରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ବ୍ରିଗେଡିୟର୍ ଜେନେରାଲ୍ ଅଛନ୍ତି ବୋଲି ସେ କହିଛନ୍ତି। ଏହି ଦୁଇଟି ହେଲିକପ୍ଟର କାହିଁକି ଧକ୍କା ହେଲା ତାହା ସ୍ପଷ୍ଟ ହୋଇନାହିଁ। ଏରିନ୍ କହିଛନ୍ତି ଯେ ତଦନ୍ତ ଆରମ୍ଭ ହୋଇଛି।