ବ୍ୟୁରୋ: ଆଜିଠୁ ବାଘ ଗଣନା ପାଇଁ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଚନ୍ଦକା ଗୋଡିବାରିରେ ପ୍ରଶିକ୍ଷଣ ଆରମ୍ଭ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅକ୍ଟୋବର ୧୦ ଯାଏଁ ଚାଲିବ । ୮ଟି ସର୍କଲର “ଏସିଏଫ’, “ଡିଏଫଓ’ଙ୍କ ସମେତ ବନ କର୍ମଚାରୀ ମଧ୍ୟ ଏଠାରେ ପ୍ରଶିକ୍ଷଣ ନେବେ । ପ୍ରଶିକ୍ଷଣ ପରେ ଅକ୍ଟୋବର ୧୫ରୁ ୩୧ ପର୍ଯ୍ୟନ୍ତ ବାଘ ଚଲାପଥ ଓ ପଦ ଚିହ୍ନ ସର୍ଭେ କରାଯିବ । ନଭେମ୍ବରରୁ ଜାନୁଆରୀ ୧୫ ଯାଏଁ ୮ଟି ସର୍କଲରେ କ୍ୟାମେରା ଟ୍ରାପ୍ ଲାଗିବ । ଏବଂ ଜାନୁଆରୀ ୩୧ ସୁଦ୍ଧା ବାଘର ସଠିକ୍ ସଂଖ୍ୟା ଗଣନା କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ।