(ଆଦର୍ଶ ରାଉତ / ରିପୋର୍ଟସ ଟୁଡ଼େ ) : ଗତକାଲି ଲୋକସଭାରେ ଟ୍ରାନ୍ସ ଜେଣ୍ଡର ଙ୍କର ଉନ୍ନୟନ ମୂଳକ ଯୋଜନା ଓ ତାଙ୍କ ପାଇଁ ସରକାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକୁ ନେଇ ବିଲ ଉପସ୍ଥାପନା କରାଯାଇଥିଲା । ଏହି ଅବସରରେ କନ୍ଧମାଳ ସାଂସଦ ତଥା କିଟ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଟ୍ରାନ୍ସ ଜେଣ୍ଡର ପ୍ରୋଟେକ୍ସନ ବିଲ କୁ ଆଗତ କରିବା ପାଇଁ ପବିତ୍ର ଗୃହରେ ମନ୍ତବ୍ୟ ଦେଇଥିଲେ । ଏନେଇ ଆଜି ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ମୀରା ପରିଡ଼ା ଖୁସି ବ୍ୟକ୍ତ କରିଥିବା ବେଳେ ସମଗ୍ର କିନ୍ନର ପରିବାର ତରଫରୁ କେକ୍ କାଟି ଉତ୍ସବ ମନାଇ ଛନ୍ତି ।