ଆଇପିଏସ ସ୍ତରରେ ଅଦଳବଦଳ : ସଂଜୀବ ପଣ୍ଡା ହେଲେ ଟୁଇନ ସିଟି ପୋଲିସ କମିଶନର

କନୱର ବିଶାଲ ସିଂହ ହେଲେ କଟକ ଡିସିପି । କଟକ ଡିସିପି ପିନାକ ମିଶ୍ର ହେଲେ ପୁରୀ ଏସ୍‌ପି

0

ଭୁବନେଶ୍ୱର : ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଅଦଳବଦଳ କରିଛନ୍ତି। ସଂଜୀବ ପଣ୍ଡାଙ୍କୁ କଟକ-ଭୁବନେଶ୍ୱର ଟ୍ଵିନ ସିଟି ପୁଲିସ କମିଶନର ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ପୁଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି।

କଟକ ଡିସିପି ମଧ୍ୟ ବଦଳିଛନ୍ତି। କଟକ ଡିସିପି ଥିବା ପିନାକ ମିଶ୍ରଙ୍କୁ ପୁରୀ ଏସ୍‌ପି ଭାବେ ବଦଳି କରାଯାଇଛି। ପୁରୀ ଏସ୍‌ପି କନୱର ବିଶାଲ ସିଂହଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି। ସେ ଡେପୁଟି ଆଇଜି ଭାବେ ଏହି ପଦବୀରେ କାର୍ଯ୍ୟ କରିବେ ।

ସେହିପରି ଡଃ ସନ୍ତୋଷ ଵାଲାଙ୍କୁ ପୁଲିସ ହାଉସିଂ ବୋର୍ଡ ଅତିରିକ୍ତ ଦାୟିତ୍ୱ, ହିମାଂଶୁ କୁମାର ଲାଲଙ୍କୁ ଉତ୍ତରାଞ୍ଚଳ ଆଇଜି, ଡଃ ଦୀପକ କୁମାରଙ୍କୁ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି, ସତ୍ୟବ୍ରତ ଭୋଇଙ୍କୁ ପୂର୍ବାଂଚଳ ରେଞ୍ଜ ଆଇଜି, ଜେ.ଏନ. ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ ଆଇଜି,ବନୋଥ ଯୁଗଳ କିଶୋର କୁମାରଙ୍କୁ କେନ୍ଦ୍ରାପଡା ଏସପି, ମଦକର ସନ୍ଦୀପ ସଂପତଙ୍କୁ ଢେଙ୍କାନାଳ ଏସପି, ବିବେକାନନ୍ଦ ଶର୍ମାଙ୍କୁ ମୁଖ୍ୟାଳୟ ଏଆଇଜି, ଜ୍ଞାନ ରଞ୍ଜନ ମହାପାତ୍ରଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସପି, ଅମରେଶ କୁମାର ପଣ୍ଡାଙ୍କୁ ପୁଲିସ ମୁଖ୍ୟାଳୟ ଏଆଇଜି, ପି. କେ. ମିଶ୍ରଙ୍କୁ ରାଉରକେଲା ରେଳବାଇ ଏସପି, ରାମ ପ୍ରସାଦ ସାହୁଙ୍କୁ ଦେବଗଡ଼ ଏସପି, ହରିଶ ବି ସିଙ୍କୁ ରାୟଗଡା ଏସପି, ୟଶପ୍ରତାପ ଶ୍ରିମଲଙ୍କୁ ସୋନପୁର ଏସପି ଭାବେ ଅବସ୍ଥାପିତ କରାଯାଇଛି।