ଭାରତ: ପରିଚୟ ସୃଷ୍ଟି କଲେ ଟ୍ରାନ୍ସଜେଣ୍ଡର ରୁଥ୍ । ନିଜ ପରିଚୟକୁ ଲୁଚାଇବା ପରିବର୍ତ୍ତେ ସାହାସିକତାର ସହିତ କଠିନ ପରିଶ୍ରମ କରି ଲୋକଲୋଚନକୁ ଆସିଛନ୍ତି ଟ୍ରାନ୍ସଜେଣ୍ଡର ରୁଥ୍ ଜନ କୋୟଲା। ଜଣେ ଟ୍ରାନ୍ସଜେଣ୍ଡର ହୋଇ ମଧ୍ୟ ଅପବାଦକୁ ଖାତିର ନକରି ଡାକ୍ତରୀ ପାଠ ପଢିଥିଲେ ରୁଥ୍ । ଆଉ ଏବେ ସଫଳତାର ପାହାଚରେ ପାଦ ଥାପିଛନ୍ତି । ଡାକ୍ତରୀ ପାଠ ପଢିବା ସମୟରେ ବହୁ ନିନ୍ଦା, ଅପବାଦ ସହିବାକୁ ପଡିଥିଲା ତାଙ୍କୁ । ମାତ୍ର ଏସବୁକୁ ପଛରେ ପକାଇ ଏବେ ତେଲେଙ୍ଗାନାର ପ୍ରଥମେ ଟ୍ରାନ୍ସଜେଣ୍ଡର ଡାକ୍ତର ହେବାର ସୌଭାଗ୍ୟ ହାସଲ କରି ପାରିଛନ୍ତି ରୁଥ୍ ଜନ କୋୟଲା। ରୁଥ୍ ଏବେ ମେଡିସିନରେ ପିଜି ସାରି ତେଲେଙ୍ଗାନାର ପ୍ରଥମେ ଟ୍ରାନ୍ସଜେଣ୍ଡର ଡାକ୍ତର ଭାବେ ହାଇଦ୍ରାବାଦ ସ୍ଥିତ ଓସମାନିଆ ହସ୍ପିଟାଲରେ କାର୍ୟ୍ୟରତ ଅଛନ୍ତି। ରୁଥ୍ ଗରୀବ ଆଦିବାସୀ ପରିବାରରୁ ଆସିଥିବା ବେଳେ ପିଲା ବେଳୁ ସେ ଖୁବ୍ ମେଧାବୀ ଥିଲେ। ଗତ ୨୦୨୨ ମସିହାରେ ରୁଥ ନିଟ୍ ପିଜିରେ ଆଡମିଶନ କରିଥିଲେ। ମାତ୍ର ତାଙ୍କୁ ମହିଳା କାଟାଗୋରୀରେ ଆଡମିଶନ କରିବାକୁ କୁହାଯାଇଥିବା ବେଳେ ରୁଥ୍ କିନ୍ତୁ ସିଧାସଳଖ ଏହାକୁ ପ୍ରତ୍ୟାଖାନ କରିଥିଲେ। ସେ ନିଜ ପରିଚୟ ଲୁଚାଇବାକୁ ଚାହୁଁ ନ ଥିଲେ। ତେଣୁ ସେ ଟ୍ରାନ୍ସଜେଣ୍ଡର କାଟାଗୋରୀରେ ଆଡମିଶନ କରିବାକୁ ଆବେଦନ କରିଥିଲେ। ଆଉ ଏଥିପାଇଁ ତାଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଲା।