କିନ୍ନର ପାଇବେ ପୋଲିସ ଚାକିରି

0

ପାଟନା : ବିହାର ସରକାରାଙ୍କ ବଡ ଘୋଷଣା । ଏଣିକି ପୋଲିସ୍ ବିଭାଗରେ ଚାକିରି ପାଇବେ କିନ୍ନର । ସିପାହୀ ପଦବୀରେ ସିଧାସଳଖ ଚାକିରି ମିଳିବ ବୋଲି ସୂଚନା ରହିଛି । ତେବେ ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧକୁ ନିୟନ୍ତ୍ରଣ କରିବାକୁ ନିତୀଶ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଆଗାମୀ ଦିନରେ କିନ୍ନରଙ୍କ ପାଇଁ ପୋଲିସ୍ ବିଭାଗରେ ସଂରକ୍ଷଣ ବ୍ୟବସ୍ଥା ବି ରଖାଯିବ । ପ୍ରତି ୫୦୦ ପୋଲିସ ପଦବୀ ମଧ୍ୟରେ ଜଣେ କିନ୍ନର ଚାକିରି ପାଇବେ ବୋଲି ଜଣାଯାଇଛି । ଶିକ୍ଷାଗତ ଯୋଗ୍ୟତା ସାଧାରଣ ସମାନ ଥିବା ବେଳେ ଶାରୀରିକ ଯୋଗ୍ୟତା ମହିଳା ପ୍ରାର୍ଥୀଙ୍କ ପରି ରହିବ ବୋଲି ସୂଚନା ରହିଛି । ଏହାସହ କନଷ୍ଟେବଳ କ୍ୟାଡର ପାଇଁ ପ୍ରାର୍ଥୀ ନିଯୁକ୍ତି କରିବାର କ୍ଷମତା ଏସପିଙ୍କ ପାଖରେ ରହିବ । ପୋଲିସ୍ ଏବଂ ସବ୍ ଇନ୍ସପେକ୍ଟର କ୍ୟାଡରରେ ପ୍ରତି ୫୦୦ ପୋଷ୍ଟ ମଧ୍ୟରୁ ଗୋଟିଏ କିନ୍ନରଙ୍କ ପାଇଁ ସଂରକ୍ଷିତ ରହିବ । ଏହି ପୋଷ୍ଟ ପାଇଁ ଏକ ପୃଥକ ବିଜ୍ଞାପନ ମଧ୍ୟ ପ୍ରକାଶ ପାଇବ ବୋଲି ସୂଚନା ରହିଛି । ଏହାସହ ସାଧାରଣ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ମାନଦଣ୍ଡ ରହିବ । ମିଳିଥିବା ସୂଚନା ଅନୁସାରେ,ଯେଉଁମାନେ ବିହାର ରାଜ୍ୟର ହୋଇଥିବେ ସେମାନେ ସରକାରଙ୍କ ନିଷ୍ପତ୍ତି ଅନୂସାରେ ଚାକିରି ପାଇପାରିବେ । ତେବେ ପ୍ରାର୍ଥୀଙ୍କୁ ବିହାରର ବାସିନ୍ଦା ବୋଲି ପ୍ରମାଣପତ୍ର ଏବଂ କିନ୍ନର ପ୍ରମାଣ ପତ୍ର ଦେବାକୁ ପଡିବ । ନିଯୁକ୍ତି ପରେ ସେମାନଙ୍କୁ ଜିଲ୍ଲା ପୋଲିସ୍ ଫୋର୍ସରେ ପୋଷ୍ଟ କରାଯିବା ନେଇ ସୂଚନା ରହିଛି । ତେବେ ଏହି ନିଷ୍ପତ୍ତି ପରେ କିନ୍ନରଙ୍କ ମଧ୍ୟରେ ଆନନ୍ଦ ଓ ଉଲ୍ଲାସ ଖେଳି ଯାଇଛି । ଏବଂ କେହି କେହି ନିତୀଶ ସରକାରଙ୍କ ଏହି ନିଷ୍ପତ୍ତିକୁ ଐତିହାସିକ ବୋଲି କହୁଛନନ୍ତି ।