ବିଗିଡ଼ିବାରେ ଲାଗିଛି ସିରିଆର ସ୍ଥିତି। ଭୟଙ୍କର ହେଉଛି ଗୃହ ଯୁଦ୍ଧ । ସିରିଆରେ ବିଦ୍ରୋହୀମାନେ ଆଗକୁ ବଢ଼ୁଛନ୍ତି । ଉତ୍ତର ସିରିଆରେ ଘମାଘୋଟ ହେଉଛି ଯୁଦ୍ଧ । ଗୁରୁବାର ହମାମ୍ ସହକରୁ ଦଖଲ କରି ନେଇଛନ୍ତି ବିଦ୍ରୋହୀ ଜିହାଦୀ ଗ୍ରୁପ୍ । ସିରିଆର ସବୁଠୁ ବଡ଼ ସହର ଆଲେପ୍ପୋକୁ ଦଖଲକୁ ନେବା ପାଇଁ ବଡ଼ ଧରଣର ହମଲା ଆରମ୍ଭ କରିଛନ୍ତି । ସିରିଆ ସ୍ଥିତି ଉପରେ ଭାରତ ତୀକ୍ଷଣ ନଜର ରଖିଥିବା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ।
ଯେତେ ଶୀଘ୍ର ସମ୍ଭବ ସିରିଆ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି। ତୁରନ୍ତ ଫେରି ଆସିବାକୁ ରାତି ଅଧିଆ ଆଡ଼ଭାଇଜାରି ଜାରି କରିଛନ୍ତି ଭାରତ ସରକାର। ଯେଉଁମାନେ ଫେରି ଆସିପାରିବେ ସେମାନେ ଯେକୌଣସି ବାଣିଜ୍ୟିକ ବିମାନ ଉପଲବ୍ଧ ହେଉଛି ସେଥିରେ ଫେରି ଆସିବାକୁ ଦାମାସକସ୍ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି । ଯୋଗାଯୋଗ କରିବାକୁ ଦୂତାବାସ ପକ୍ଷରୁ ହେଲ୍ଫ ଲାଇନ ନମ୍ବର ଓ ଇ-ମେଲ୍ ଆଇଡି ଜାରି ହୋଇଛି ।
ସେହିପରି ଯେଉଁମାନେ ସିରିଆରୁ ନିହାତି ଫେରି ପାରିବେ ନାହିଁ ସେମାନେ ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଛି । ନିହାତି ଜରୁରୀ ନହେଲେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ପରବର୍ତ୍ତୀ ନୋଟିସ୍ ପର୍ୟ୍ୟନ୍ତ ସିରିଆକୁ କେହି ନଯିବାକୁ କହିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ।