ଚିଲିକା : ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଅନେକ ଛୋଟ ବଡ ଦୁର୍ଘଟଣା । ଦୁର୍ଘଟଣାର ଶିକାର ହୋଇ ଅନେକ ଧନ ଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। ଏତେ ସବୁ ଜାଣି ମଧ୍ୟ ଜଣେ ଲୋକ କିପରି ଅସୁରକ୍ଷିତ ଯାତ୍ରା କରିବାକୁ ସୁରକ୍ଷିତ ମନେ କରୁଛି ଏବଂ ଏତେ ଅସୁରକ୍ଷିତ ଅବସ୍ଥାରେ ଜଣେ ମାଲିକ ସମସ୍ତ ପ୍ରକାର ଆଇନିକୁ ହାତକୁ ନେଇ କିପରି ଯାତ୍ରୀ ମାନଙ୍କୁ ନେଇ ରାସ୍ତା ପାର ବା ଘାଟ ପାର୍ କରୁଛନ୍ତି ତାହା ବଡ ଚିନ୍ତାର ବିଷୟ । ଆମେ କହୁଚୁ ଚିଲିକା ଜହ୍ନିକୁଦା ଘାଟଠାରୁ ସାତପଡା ଘାଟ ପର୍ଯ୍ୟନ୍ତ ଡଙ୍ଗାରେ ପାର ହେଉଥିବା ଯାତ୍ରୀଙ୍କ କଥା । ଡଙ୍ଗାରେ ଆବଶ୍ୟକ ସଂଖ୍ୟାରୁ ଅଧିକ ଯାତ୍ରୀ ସହ ସାଙ୍ଗରେ ଦୁଇଚକିଆଯାନ ଆବଶ୍ୟକତାଠାରୁ ଅଧିକ ଏବଂ ବିନା ଲାଇଫ୍ ଜ୍ୟାକେଟ୍ ରେ କିପରି ହେଉଛନ୍ତି ଘାଟ ପାର ଏବଂ ଡଙ୍ଗା ମାଲିକ କିପରି କରୁଛନ୍ତି ଘାଟ ପାର ।
ପୂର୍ବରୁ ଆମେ ଜାଣିଛେ କାଳବୈଶାଖୀ ପ୍ରଭାବ ହେଉ କିମ୍ବା ଦକ୍ଷିଣା ପବନର ପ୍ରଭାବ ହେଉ , ଫଳରେ ଅନେକ ଡଙ୍ଗା ଚିଲିକାରେ ବୁଡି ଅନେକ ପ୍ରାଣହାନୀ ହୋଇଥିବାର ଜ୍ଵଳନ୍ତ ଉଦାହରଣ ରହିଛି। ବର୍ତ୍ତମାନ ରାଜ୍ୟରେ ଜାରି ରହିଚି ପ୍ରାକ୍ ମୌସୁମି ଜନିତ ବର୍ଷା। ବର୍ଷା ପ୍ରଭାବରେ ଚିଲିକାରେ ଅତଳତଳ ପାଣି ଭରି ରହିଥିବାବେଳେ ଏଭଳି ବିପଦପୂର୍ଣ୍ଣ ଯାତ୍ରାକୁ କିଭଳି ପ୍ରଶୟ ଦେଉଛି ସ୍ଥାନୀୟ ପ୍ରଶାସନ ତାହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି।ଏଭଳି ଅନେକ ହୃଦୟ ବିଦାରକ ଦୃଶ୍ୟ ଆଖି ସାମ୍ନାରେ ଘଟି ମଧ୍ୟ କିଭଳି ଚେତୁନାହାଁନ୍ତି ଯାତ୍ରୀ ଏବଂ ଡଙ୍ଗାମାଲିକମାନେ । ପ୍ରଶାସନ ମଧ୍ୟ ଯଥା ପୂର୍ବଂ ତଥା ପର ଭଳି ଅଭିନୟ କରି ଚାଲିଆସୁଥିବା ନଜିର୍ ରହିଛି।
ଅସୁରିକ୍ଷ ଭାବେ ଯାତ୍ରା କରିବା ପୂର୍ବରୁ ତାଗିଦ କରିବ ନାହିଁ ଏବଂ ଘଟଣା ଘଟିଗଲା ପରେ ଦୋଷ ଲଦାଲଦି କରି କିଛି ସମୟ ପାଇଁ ତତ୍ପର ଦେଖେଇ ଲୋକ ଦେଖାଣିଆ କାର୍ଯ୍ୟ କରିଦେଇଥାଏ। ଆମେ କହି ରଖିବାକୁ ଚାହୁଁଯେ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଗଲେ ବଡ ବଡ ବିପଦରୁ ସାଧାରଣ ନିରୀହ ଜିବନ ଗୁଡିକ ବଞ୍ଚିଯିବ ଏବଂ ରାଜସ୍ଵ କ୍ଷତି ହେବ ନାହିଁ ନଚେତ ପ୍ରଶାସନର ମନମୁଖି ଶାସନ ଯଦି ରହିବ ତେବେ ଅନେକ ଧନଜୀବନ ନଷ୍ଟ ହେବା ସାଙ୍ଗକୁ ରାଜସ୍ଵ କ୍ଷତି ହବା ନିଶ୍ଚିତ, ଏହି କଥାକୁ ତିଳେ ମାତ୍ର ଏଡାଇ ଦିଆଯାଇନପାରେ।