ଅସୁସ୍ଥ ଦନ୍ତାକୁ ଟ୍ରାଙ୍କୁଲାଇଜ କଲା : ଚାଲିଛି ଚିକିତ୍ସା

0

ଟ୍ରାଙ୍କୁଲାଇଜ କରି ଚିକିତ୍ସା କରୁଛି ବନ ବିଭାଗ ।  ଭୁବନେଶ୍ୱରରୁ ଆସିଛନ୍ତି ବିଶେଷଜ୍ଞ ଦଳ । ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜ କାଞ୍ଚନପୁର ଜଙ୍ଗଲରେ ଅସୁସ୍ଥ ଦନ୍ତା ହାତୀ ବୁଲୁଥିବା ନେଇ  ଖବର ପ୍ରସାରଣ କରିଥିଲା ରିପୋଟରର୍ସ ଟୁଡେ।  ଅସୁସ୍ଥ ଦନ୍ତା ଟ୍ରାଙ୍କୁଲାଈଜ  କରି ଚିକିତ୍ସା କରୁଛି ରଣପୁର ବଣ ବିଭାଗ। ଏଥିପାଇଁ ହରିହର ପୁର କାଞ୍ଚନ ପୁର ଜଙ୍ଗଲରେ ଡେରା ପକାଇଥିଲା ରଣପୁର ବନବିଭାଗ।  ଗତ କାଲି ରାତି ସାରା ରଣପୁର ରେଞ୍ଜର ୨ଟି ଟିମ ଅସୁସ୍ଥ ଦନ୍ତାକୁ ଖୋଜିବା ପାଇଁ ହରି ହରପୁର ଓ କାଞ୍ଚନ ପୁର ଜଙ୍ଗଲରେ ଚଳାଇଥିଲେ ତଲାସୀ । ସକାଳୁ ଟ୍ରାଙ୍କୁଲାଈଜ  କରି ଚିକିତ୍ସା ଚଳାଇଛି । ହାତୀର ଗୋଡ଼ରେ  ଗଭୀର  କ୍ଷତ ସହ  ସଂକ୍ରମଣ ଥିବା ଜଣା ପଡିଛି।