(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ଵୀପ) ; ବୃକ୍ଷମଣିଷ ଭାବରେ ପାରାଦ୍ୱୀପ ଓ କୁଜଙ୍ଗ ଅଞ୍ଚଳ ରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ଅମରେଶ ନରେଶ ସାମନ୍ତ କ୍ଷ ତାଙ୍କର ଏହି ପରିଚୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ କାର୍ୟ୍ୟକ୍ରମ ରେ ଭୁରି ଭୁରି ପ୍ରଶଂସା କରିଛନ୍ତି କ୍ଷ ଖାଲି ଆମେ ବଞ୍ଚିଲେ ଦେଶ ଚଳିବ ନାହିଁ, ଆମେ ବଞ୍ଚିବା ସହିତ ଆମର ଭବିଷ୍ୟତ ପିଢ଼ିକୁ ଉତ୍ତମ ପରିବେଶ ରେ ବଞ୍ଚିବାର ସୁଯୋଗ ଦେବା ଆବଶ୍ୟକ। ତେଣୁ ଏହି ଚିନ୍ତା ଧାରାକୁ ନେଇ ୧୯୯୫ ମସିହାରେ ଯୁବ ଇଞ୍ଜିନିୟର ଅମରେଶ ନରେଶ ସାମନ୍ତ ଆରମ୍ଭ କରିଥିଲେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ। ବାବା ବାଲୁଙ୍କେଶ୍ୱର ଗ୍ରାମ୍ୟ ପରିଷଦ ନାମରେ ଏକ ସଂଗଠନ କରି ସେ ବନ୍ଦର ନଗରୀ ପାରାଦ୍ଵୀପ ର ଆଖପାଖ ଅଞ୍ଚଳରେ ବୃକ୍ଷ ରୋପଣ କାର୍ୟ୍ୟ ଆରମ୍ଭ କରିଥିଲେ। ତାଙ୍କର ଏହି ଦିର୍ଘ ୨୬ ବର୍ଷର ଯାତ୍ରାରେ ସେ ଏପର୍ୟ୍ୟନ୍ତ ୨୦ ଟି ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରିବା ସହିତ ଉପକୂଳବର୍ତ୍ତୀ ପାରାଦ୍ଵୀପ ଓ କେନ୍ଦ୍ରାପଡା ଜିଲ୍ଲାରେ ଥିବା ହେନ୍ତାଳବଣ ଗୁଡିକୁ ସୁରକ୍ଷା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କର ଦୃଢ଼ ଇଛା ଓ ପରିଶ୍ରମ ରେ ବର୍ତମାନ ତାଙ୍କ ସହିତ ୪ ଟି ସଂଗଠନ ର ୧୧୦ ଜଣ ଯୁବକ ଏହି ବୃକ୍ଷ ରୋପଣ କାର୍ୟ୍ୟ ରେ ନିୟୋଜିତ ଅଛନ୍ତି। ପାରାଦ୍ଵୀପ ବନ୍ଦରରେ ଜଣେ ଇଞ୍ଜିନିୟର ଭାବରେ କାର୍ୟ୍ୟ କରୁଥିବା ଅମରେଶ ନରେଶ ସାମନ୍ତ ଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ୟ୍ୟକ୍ରମ ରେ ଭୁରି ପ୍ରଶଂସା କରିବା ପରେ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଅମରେଶ ସାମନ୍ତ କ୍ଷ ଏହା ତାଙ୍କୁ ଓ ତାଙ୍କର ସହଯୋଗୀ ମାନଙ୍କୁ ଉତ୍ସାହିତ କରିବ ବୋଲି ସେ ପ୍ରକାଶ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଧନ୍ୟବାଦ ଦେଇଛନ୍ତି।