ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କଧାଡି ଦର୍ଶନ ଟ୍ରାଏଲ ରନ

0

ଭୁବନେଶ୍ୱର: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତା ୨୦ ତାରିଖରୁ ଧାଡି ଦର୍ଶନ ଟ୍ରାଏଲ ରନ ହେବ । ମହିଳା ଓ ପୁରୁଷ ଦର୍ଶନାର୍ଥୀଙ୍କ ପାଇଁ ଅଲଗା ଅଲଗା ଧାଡିରେ ଦର୍ଶନ ବ୍ୟବସ୍ଥା ହେବ । ଯେଉଁ ମାନେ ପରିବାର ସହ ଯାଇ ଦର୍ଶନ କରିବାକୁ ଚାହିଁବେ , ସେମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ ଏହି ଧାଡି ଦର୍ଶନରେ ଉଦ୍ଦେଶ୍ୟ ହେଉଛି ଯେମିତି କେହି ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ନହୁଅନ୍ତି । ଠିକ ସେହିପରି ଅନ୍ନ ଯଜ୍ଞର ବ୍ୟବସ୍ଥା ମଧ୍ୟ କରାଯାଉଛି । ଯେଉଁ ମାନେ ଶ୍ରୀମନ୍ଦିରକୁ ଆସିବେ ସେମାନେ କିପରି ମହାପ୍ରଭୁଙ୍କ ମହାପ୍ରସାଦ ଟିକେ ପାଇବେ । ତାହା ପୁଣି ଶହେ ଟଙ୍କାରେ । ସେଦିଗରେ ବି ବିଚାରବିମର୍ଶ ଚାଲିଛି ।