(ଅନୁସ୍ୱୟା/ଭୂବନେଶ୍ୱର):ଆସନ୍ତାକାଲିଠାରୁ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେବ ଆଦିବାସୀ ମେଳା । ଆଦିବାସୀ ମେଳା ପାଇଁ ପ୍ରସ୍ତୁତି ଚାଲିଛି ଜୋରଦାର। କିଏ ମାଟି କାନ୍ଥ ଲେସୁଛି ତ,ଆଉ କିଏ କୂଅ ତିଆରି କରିବାରେ ବ୍ୟସ୍ତ। ବାଉଁଶ ବାଡ଼ ସହ ତିଆରି ଚାଲିଛି ଚଉଁରା ଓ ଠାକୁରାଣୀ ଘର। ଦେଖିବାକୁ ମିଳିବ ବଣ ଜଙ୍ଗଲ ଘେରା ଆଦିବାସୀ ପଲ୍ଲୀର ଦୃଶ୍ୟ। ଚଳିତ ବର୍ଷ ଏହି ମେଳାରେ ୨୪ଟି ଜନଜାତି ଅଂଶ ଗ୍ରହଣ କରୁଛନ୍ତି । ଜଙ୍ଗଲ ଜାତ ଦ୍ରବ୍ୟ କିଣିବା ସହ, ବିଭିନ୍ନ ସୁଆଦିଆ ଆଦିବାସୀ ଖାଦ୍ୟର ମଜା ନେବେ ଲୋକେ। ଫୁଡ୍ ଷ୍ଟଲ ମାନଙ୍କରେ ମଧ୍ୟ ବେଶ୍ ଭିଡ଼ ଜମିବ ।