(ଜଗନ୍ନାଥ / କଟକ) : ଆଜି ହେଉଛି ଉତ୍କଳ ଦିବସ। ନବ ଉତ୍କଳ ର ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ର ଆଜି ମଧ୍ୟ ଜୟନ୍ତୀ। ଏହି ଅବସର ରେ କଟକ ର ତୁଳସୀପୁର ଗୋରା କବର ଠାରେ ଥିବା ତାଙ୍କ ସମାଧି ପୀଠ କୁ ଯାଇ କଟକ ର ବହୁ ବୁଦ୍ଧିଜୀବୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ମଧ୍ୟ ଏକ ସ୍ଵତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେଉଁଥିରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସାମିଲ ହୋଇ ମଧୁ ବାବୁ ଙ୍କ ସମାଧି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତେବେ କରୋନା ସଂକ୍ରମଣ କୁ ଆଖି ଆଗରେ ରଖି ସ୍କୁଲ୍ ପିଲାମାନଙ୍କୁ ଏହି କାର୍ୟ୍ୟକ୍ରମ ରେ ସାମିଲ କରାଯାଇ ନ ଥିଲା। ଉତ୍କଳ ଦିବସ ଆମ ସମସ୍ତ ଙ୍କ ପାଇଁ ଏକ ଗୌରବ ର ଦିନ। ସ୍ଵତନ୍ତ୍ର ରାଜ୍ୟ ଭାବେ ତଥା ଓଡ଼ିଆ ଭାବେ ଆମେ ସମସ୍ତେ ଏହି ଦିନ ପରିଚୟ ପାଇଥିଲେ। ଆମ ରାଜ୍ୟ ଏବେ ବିକାଶ ଦିଗରେ ଅଗ୍ରଗତି କରୁଛି। ତେଣୁ ଆଗକୁ ମଧ୍ୟ କିପରି ଆମ ରାଜ୍ୟ ବିକାଶ ର ଧାରା ରେ ଆଗକୁ ଆଗେଇ ଆଗେଇ ଚାଲିବ ଏବଂ ସମଗ୍ର ଦେଶ ତଥା ବିଶ୍ଵରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ସେଥିପାଇଁ ସମସ୍ତେ ପ୍ରୟାସ କରିବା ଉଚିତ୍ ବୋଲି ଏହି ଅବସର ରେ କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ।