ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବଉଳଗଢିଆ ଗାଁର ଜର୍ଣ୍ଣାଲିଷ୍ଟ ଶୁଭ୍ରଜିତ ମହାକୁଡ ବାପିଙ୍କ ଅକାଳ ବିୟୋଗ ସସମସ୍ତଙ୍କୁ ମର୍ମାହତ କରିଛି । ଶୁଭ୍ରଜିତ ଜାତୀୟ ନ୍ୟୁଜ ଚ୍ୟାନେଲ ଦୀର୍ଘ ୧୪ ବର୍ଷ ଧରି ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟ କରିଆସୁଥିଲେ । ସାମ୍ବାଦିକତାକୁ ନିଜର ପେଶା ଏବଂ ନିଶା ଭାବେ ଗ୍ରହଣ କରି ଟିକି ନିଖି ଖବରର ଚିତ୍ର ନିଜର କ୍ୟାମେରାରେ କଏଦ କରି ଲୋକମାନଙ୍କ ପାଖରେ ପହଞ୍ଚାଉଥିଲେ । ନିଜର କର୍ମଠ ଜୀବନ ପାଇଁ ସେ ଅନେକ ଜାଗାରୁ ପ୍ରଶଂସା ସାଉଁଟିଥିଲେ ।
ତେବେ ଆଜି ଏକାଦଶ କ୍ରିୟାରେ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ମହାପ୍ରଭୁଙ୍କ ନିକଟରେ ଆମ୍ଭେ ପ୍ରାର୍ଥନା କରୁଛୁ । ଏବଂ ତାଙ୍କର ଶୋକସନ୍ତପ ପରିବାର ପାଇଁ ଅଶେଷ ସମବେଦନା ମଧ୍ୟ ଜଣାଉଛୁ । ସେ ଯେଉଁଠି ରୁହନ୍ତୁ ଭଲରେ ରୁହନ୍ତୁ ମହାପ୍ରଭୁ ଜଗନ୍ନାଥ ତାଙ୍କ ଶ୍ରୀଚରଣ ତଳେ ସ୍ଥାନ ଦିଅନ୍ତୁ ବୋଲି କାମନା କରୁଛୁ ।